ବୁର୍ଲା ୨୧/୧୦; ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଗୋଟିଏ ବୁଲା ପାଗଳ କୁକୁର ଆତଙ୍କ। ଦୁଇଦିନ ହେଲା ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଉଛି ଦୌରାତ୍ମ୍ୟ । କ୍ୟାମ୍ପସ ପରିସରରେ ଯାହକୁ ଦେଖିଛି ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି। ଗତ ଦୁଇଦିନରେ ୭ରୁ ଉର୍ଦ୍ଧ୍ବ ଲୋକଙ୍କୁ କାମୁଡି ସାରିଥିବା ଜଣାପଡିଛି। ଆଜି ସକାଳୁ ତିନିଜଣଙ୍କୁ କାମୁଡି ଥିବା ଜଣେ କର୍ମଚାରୀ ସୂଚନା ଦେଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ପାଗଳ କୁକୁର ଧରିବାକୁ ଆନିମଲ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କ ପାଖରେ କୁକୁରକୁ ଧରିବା ପାଇଁ ଆବଶ୍ୟକ କର୍ମଚାରୀ ନ ଥିବା କହିଥିବା ବିଶ୍ୱବିଦ୍ୟାଳୟର ସ୍ପୋର୍ଟ ଅଫିସର ଅଭିନାଶ କର ସୂଚନା ଦେଇଛନ୍ତି । ଏହି କୁକୁର ଯୋଗୁ ବିଶ୍ୱବିଦ୍ୟାଳୟ ପରିସରରେ ସାଧାରଣ ଲୋକଙ୍କ ଚଳପ୍ରଚଳ ବନ୍ଦ ହୋଇଯାଇଛି । ଛାତ୍ରଛାତ୍ରୀ ଭୟରେ ରହିଥିବା ଜଣାପଡିଛି। ତେବେ କୁକୁରଟିକୁ କାବୁ କରିବା ପାଇଁ ବୁର୍ଲା ଅଗ୍ନିଶମ ବହିନୀର ସହାୟତା ଲୋଡିଛନ୍ତି ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ । ଖୁବ୍ଶୀଘ୍ର ଅଗ୍ନିଶମ ବହିନୀ ପହଞ୍ଚି କୁକୁରକୁ କାବୁ କରିବାକୁ ଉଦ୍ୟମ କରିବେ ବୋଲି ବୁର୍ଲା ଅଗ୍ନିଶମ ଅଧିକାରୀ ଭରତଲାଲ ଏକ୍କା ସୂଚନା ଦେଇଛନ୍ତି।