ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୬ ବର୍ଷରେ ୩୧ଜଣ ଛାତ୍ରଛାତ୍ରୀଙ୍କୁ ଡକ୍ଟର ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ଓ ମାନପତ୍ର

Published By : Prameya | January 28, 2025 9:03 PM

ପାରାଦୀପ,୨୮/୧ :  ପାରାଦୀପ ଅଚଂଳର ବିଶିଷ୍ଟ ଶିକ୍ଷାବିତ୍, ଲେଖକ, ସଂଗଠକ, ଏକାଧିକ ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ ସ୍ବର୍ଗତ ଡକ୍ଚର ସତ୍ୟାନନ୍ଦ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭାବାନ ୪ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଝିମାଣୀ ଗ୍ରାମରେ ଡ. ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜନତା ସ୍କୁଲର ଗତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଟପ୍ କରିଥିବା ଛାତ୍ର ରାମ କୁମାର ସ୍ବାଇଁ ଓ ବାଳିକା ବିଭାଗରେ ପ୍ରଥମ ହୋଇଥିବା ମନସ୍ମୀତା ତରାଇ ସମେତ ଡ. ପଣ୍ଡାଙ୍କ ପୃଷ୍ଠପୋଷକତାରେ ସ୍ଥାପିତ ଝିମାଣୀ ସ୍ଥିତ ନାରାୟଣ ବୀରବର ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷାରେ କମର୍ସରେ ଟପର୍ ହୋଇଥିବା ସୀମରନ ଚୌଧୁରୀ ଓ ଯୁକ୍ତ ଦୁଇ କଳାରେ ଟପ କରିଥିବା ଇସପିତା ମହାପାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଇସପିତା ଏବେ ତିର୍ତ୍ତୋଲ କଲେଜରେ ବିଏ ପଢୁଥିବାବେଳେ ସୀମରନ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ବି କମ୍ ପଢୁଛନ୍ତି। ସେହପରି ରାମ ତିର୍ତ୍ତୋଲର ଉଲୋପସିସ୍ ହାୟର ସେକେଣ୍ଡାରୀ ସ୍କୁଲରେ ଏବେ ଯୁକ୍ତ ଦୁଇ ପଢୁଥିବାବେଳେ ମନସ୍ମୀତା ଭୁବନେଶ୍ବରର ନିଉଟନ ହାୟର ସେକେଣ୍ଡାରୀ କଲେଜରେ ଯୁକ୍ତ ଦୁଇ ପଢୁଛନ୍ତି।

ନାରାୟଣ ବୀରବର ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରନ୍ସପାଲ ଡକ୍ଟର ବନପ୍ରଭା ପରିଡ଼ା, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାୟାଧର ଦାସ, ସ୍କୁଲର ବର୍ତ୍ତମାନର ପ୍ରଧାନ ଶିକ୍ଷକ ଜାନକୀ ବଲ୍ଲଭ ମହାନ୍ତି ଓ ଡକ୍ଟର ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟର ସଦସ୍ୟ ତଥା ଡକ୍ଟର ପଣ୍ଡାଙ୍କ ଭଣଜା ପ୍ରଭାସ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ଚେକ୍ ପ୍ରଦାନ କରିଥିଲେ । ଉପକୂଳ ଓଡ଼ିଶାର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଉପରେ ଗବେଷଣା କରି ନୃତତ୍ତ୍ୱ ବିଜ୍ଞାନରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଡାକ୍ତର ପଣ୍ଡା ରାଜ୍ୟର ପ୍ରଥମ ବ୍ୟକ୍ତିଥିଲେ।

ଏହି ଅବସରରେ ନାରାୟଣ ବୀରବର ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କମର୍ସ ଅଧ୍ୟାପକ ଡକ୍ଟର କିଶୋର ଚନ୍ଦ୍ର ଜେନା, ଜନତା ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଟ୍ରଷ୍ଟର ସଦସ୍ୟ ତଥା ଡକ୍ଟର ପଣ୍ଡାଙ୍କୁ ଭଣଜା ପୂର୍ବତନ ଶିକ୍ଷକ ନିମାଁଇ ଚରଣ ଚୌଧୁରୀ, ଓକିଲ ରଂଜନ ପଣ୍ଡା,  ଉଭୟ ଅନୁଷ୍ଠାନର କର୍ମଚାରୀଙ୍କ ବ୍ୟତୀତ ଟ୍ରଷ୍ଟର ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଡ. ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳର  ୩୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ମେଧାବୃତ୍ତି ପ୍ରଦାନ କରାଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଜ କ୍ୟାରିୟରକୁ ତ୍ୟାଗ କରି ନିଜ ଗାଁ ଓ ଏହାର ଆଖପାଖରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ମାର୍ଗଦର୍ଶନ କରିବା ପାଇଁ ଡ. ପଣ୍ଡା ନିଜ ଜୀବନକୁ ସମାଜସେବାରେ ଉତ୍ସର୍ଗ କରିଥିଲେ । ବନ୍ଦର ସହରର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳର ସାମାଜିକ ଜୀବନଯାତ୍ରାକୁ  ଚିତ୍ରଣ କରିଥିବା ତାଙ୍କର ଅନ୍ତିମ ପୁସ୍ତକ "ପାରାଦୀପର ଇତିହାସ" ଟ୍ରଷ୍ଟ ଦ୍ୱାରା ୨୦୧୯ ମସିହାରେ ମରଣୋତ୍ତର ଭାବରେ ପ୍ରକାଶିତ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.