ପ୍ରମୂଖ ଖବର
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

Published By : Suraj Kumar | January 28, 2025 11:01 PM

ପୁରୀ,୨୮।୧ ଶ୍ରୀମନ୍ଦିର‌ ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ । ନୋ ଫ୍ଲାଇଂ  ଜୋନ୍‌ରେ ଉଡ଼ିଲା ଡ୍ରୋନ୍ । ଶ୍ରୀମନ୍ଦିର ଉପର ନୋ ଫ୍ଲାଇଂ ଜୋନ୍‌ ହୋଇଥିବା ସତ୍ତ୍ୱେ ଉଡ଼ିଲା ଡ୍ରୋନ୍। ଶ୍ରୀମନ୍ଦିର ନୀଳଚକ୍ର ଓ ପରିକ୍ରମା ମାର୍ଗ ଉପରି ଭାଗରେ ପଇଁତରା ମାରିଲା ଡ୍ରୋନ୍। ପ୍ରାୟ ୨୫ ମିନିଟ୍ ଧରି ଉଡିଲା ଡ୍ରୋନ। ଡ୍ରୋନଟି କେଉଁଠାରୁ ଅପରେଟିଂ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୂଚନାଯୋଗ୍ୟ  ଯେ,  ଗତ ଜାନୁଆରୀ ୫ ତାରିଖରେ ମଧ୍ୟ ଏକ ଡ୍ରୋନ୍ ଶ୍ରୀମନ୍ଦିର ଉପରେ ଉଡିଥିଲା। ପ୍ରାୟ ଅଧଘଣ୍ଟା ଧରି ଉଡିଥିଲା ଡ୍ରୋନ୍। ପ୍ରଥମେ ମେଘନାଦ ପାଚେରୀ ଚାରିପଟେ ପରେ ଦଧିନଉତି ଉପରେ ଉଡ଼ିଥିଲା ଡ୍ରୋନ୍ । ଏହା ପରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଏବଂ ଏହାର ଚାରିପଟେ ମଧ୍ୟ ଉଡ଼ିଥିଲା ଡ୍ରୋନ୍ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍ ।  ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଏବଂ ମନ୍ଦିର ଭିତର ଫଟୋ , ଗର୍ଭଗୃହ ଫଟୋ ସୋସିଆଲ ମିଡିଆାରେ ଭାଇଲାର ମଧ୍ୟ ହେଉଛି। ଏହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.