ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପଶ୍ଚିମ ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୪ ରେକର୍ଡ

Published By : Anindita Ratha | February 5, 2025 8:13 AM

ନୂଆଦିଲ୍ଲୀ,୦୫/୦୨: ଶକ୍ତ ଭୂମିକମ୍ପ ଝଟକାରେ ଥରିଲା ଭାରତର ପଡ଼ୋଶୀ ଦେଶ ପଶ୍ଚିମ ନେପାଳ ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମଙ୍ଗଳବାର ଦିନ   ୪.୪ ତୀବ୍ରତାର ଭୂମିକମ୍ପର କେନ୍ଦ୍ରସ୍ଥଳ ଦୈଲେଖ ଜିଲ୍ଲାର ତୋଲିଜାଇସିରେ ଥିଲା। ଯାହା ଫଳରେ ପଡ଼ୋଶୀ ଜିଲ୍ଲା ଅଛାମ, କାଲିକୋଟ ଏବଂ ସୁରଖେତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।  ଦୈଲେଖରେ ଭୂମିକମ୍ପ ସ୍ଥାନୀୟ ସମୟ ସନ୍ଧ୍ୟା ୫:୨୦ ରେ ହୋଇଥିବା ଜଣାପଡ଼ିଛି ।  ତେବେ ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା  ଅନେକ ଭିଡିଓରେ ସ୍ଥାନୀୟ ଲୋକ ଭୟଭୀତ ଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ପରସ୍ଥିତି ସ୍ବଭାବିକ ଥିବା ଜଣାପଡ଼ିଛି ।  

ଭୂମିକମ୍ପ କାହିଁକି ହୁଏ?

ଭୂମିକମ୍ପ ପଛର ପ୍ରକୃତ କାରଣ ହେଉଛି ଉଲ୍କାପିଣ୍ଡର ପ୍ରଭାବ, ଜ୍ୱାଳାମୁଖୀ ଉଦ୍‌ଗୀରଣ କିମ୍ବା ଖଣି ପରୀକ୍ଷଣ ଏବଂ ପରମାଣୁ ପରୀକ୍ଷଣ ଯୋଗୁଁ ଭୂମିକମ୍ପ ଅନୁଭୂତ ହୋଇଥାଏ। ପ୍ରତିବର୍ଷ ଅନେକଥର ଭୂମିକମ୍ପ ହୁଏ। କିନ୍ତୁ ଅନେକ କ୍ଷେତ୍ରରେ ଏହାର ତୀବ୍ରତା କମ ଥିବାରୁ ଆମେ ସେଗୁଡ଼ିକୁ ଅନୁଭବ କରିପାରୁନାହୁଁ। 

ତୀବ୍ରତା କିପରି ମାପ କରାଯାଏ

ଭୂମିକମ୍ପର ତୀବ୍ରତା ଏବଂ ସମୟ ଜାଣିବା ପାଇଁ ସିସ୍ମୋଗ୍ରାଫ  ବ୍ୟବହାର କରାଯାଏ। ଏହି ଉପକରଣ ମାଧ୍ୟମରେ, ପୃଥିବୀ ଭିତରେ ଘଟୁଥିବା ଗତିବିଧିର ଏକ ଗ୍ରାଫ୍ ପ୍ରସ୍ତୁତ କରାଯାଏ। ଏହାକୁ ସିସ୍ମୋଗ୍ରାଫ  କୁହାଯାଏ। ଏହି ଆଧାରରେ, ରିକ୍ଟର ସ୍କେଲ୍ ମାଧ୍ୟମରେ ଭୂମିକମ୍ପ ତରଙ୍ଗର ତୀବ୍ରତା, ଭୂମିକମ୍ପର କେନ୍ଦ୍ର ଏବଂ ଶକ୍ତି ଚିହ୍ନଟ କରାଯାଏ। ଯେତେବେଳେ ଭୂମିକମ୍ପ ହୁଏ, ସିସ୍ମୋଗ୍ରାଫର କିଛି ଅଂଶ ଗତି କରେ ନାହିଁ। ଯାହା ଭୂମିକମ୍ପ ବିଷୟରେ ସଠିକ୍ ସୂଚନା ପାଇବାରେ ସାହାଯ୍ୟ କରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.