ପ୍ରମୂଖ ଖବର
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଇଣ୍ଡୋନେସିଆରେ ଭୂକମ୍ପ ଝଟକା,୬.୧ ତୀବ୍ରତା ରେକର୍ଡ଼

Published By : prameya | February 26, 2025 8:27 AM

ନୂଆଦିଲ୍ଲୀ,୨୬/୦୨: ଦିଲ୍ଲୀ ଏନସିଆର ଏବଂ ପଶ୍ଚିମବଙ୍ଗ ପରେ ଏବେ ଇଣ୍ଡୋନେସିଆରେ ଭୂକମ୍ପ ଝଟକା । ଆଜି ସକାଳ ପ୍ରାୟ ୬ଟା ୫୫ ମିନିଟରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଲଗାତାର ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ଗତ କିଛି ଦିନ ଧରି ପ୍ରତିଦିନ କେଉଁଠି ନା କେଉଁଠି ଭୂମିକମ୍ପ ହେଉଛି କିନ୍ତୁ ଏପର୍ଯ୍ୟନ୍ତ  ଭୂମିକମ୍ପରେ କୌଣସି ଜୀବନ ହାନି ନେଇ ସୂଚନା ନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୫୫ ମିନିଟରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ୬.୧ ବୋଲି ରେକର୍ଡ଼ କରାଯାଉଛି । ତଥାପି କୌଣସି ପ୍ରକାରର କ୍ଷତିର ଖବର ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଭୂମିକମ୍ପ ଝଟକା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି।  ପୂର୍ବରୁ ଜାନୁଆରୀ ୨୦୨୧ରେ, ସୁଲାୱେସିରେ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଯେଉଁଥିରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଲୋକ ବାସହୀନ ହୋଇଯାଇଥିଲେ। ସେହିପରି ୨୦୧୮ ମସିହାରେ, ସୁଲାୱେସିର ପାଲୁରେ ୭.୫ ତୀବ୍ରତାର ଭୂମିକମ୍ପ ଏବଂ ପରବର୍ତ୍ତୀ ସୁନାମିରେ ୨,୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।  ୨୦୦୪ ମସିହାରେ, ଆଚେ ପ୍ରଦେଶରେ ୯.୧ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ସୁନାମି ଆସିଥିଲା । ଆଉ ଏଥିରେ ଇଣ୍ଡୋନେସିଆରେ ୧୭୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.