ଭୁବନଶ୍ବେର,୧୯/୦୨: ବିଧାନସଭା ବଜେଟ୍ ଅଧିବେଶନ । ଆସନ୍ତା କାଲି ଗୃହରେ ଉପସ୍ଥାପନ ହେବ ବଜେଟ୍ । ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ବିଧାନସଭାରେ ରଖିଛନ୍ତି । ଏଥର ଓଡ଼ିଶାରେ ଶ୍ରମ ଶକ୍ତିର ଭାଗିଦାରୀ ବୃଦ୍ଧି ପାଇଛି। 

ଶ୍ରମ ଶକ୍ତି ଭାଗିଦାରୀ ହାର (ଏଲ୍ଏଫପିଆର) ଏବଂ ମହିଳା ଏଲ୍ଏଫପିଆର ବୃଦ୍ଧି ପାଇଛି। ଓଡ଼ିଶାରେ ସାମଗ୍ରିକ ଏଲ୍ଏଫପିଆର (୧୫+ବୟସ ପାଇଁ) ୨୦୨୨ରେ ୫୮.୧ ପ୍ରତିଶତରୁ ୨୦୨୪ରେ ୬୪.୫ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି ୨୦୨୪ରେ ସର୍ବଭାରତୀୟ ସ୍ତରରେ ଏହା ହାରାହାରି ୫୯.୬ ପ୍ରତିଶତ ଥିଲ। ଓଡ଼ିଶାରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (୧୫+ ବର୍ଷ ବୟସ ପାଇଁ) ୨୦୨୨ରେ ୩୭.୬ ପ୍ରତିଶତରୁ ୨୦୨୪ରେ ୪୮.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୪ ରେ ସର୍ବଭାରତୀୟ ସ୍ତରରେ ମହିଳା ଭାଗିଦାରୀ ହାରହାରି ୪୦.୩ ପ୍ରତିଶତ ଥିଲା।

ଆହୂରି ପଢ଼ନ୍ତୁ :- ଅର୍ଥନୈତିକ ସର୍ଭେ ରିପୋର୍ଟ : କ୍ରୀଡ଼ା ଏବଂ ଯୁବ ସେବା ପାଇଁ ୧,୩୧୯ କୋଟି ଟଙ୍କା ଆବଣ୍ଟନ