ନୂଆଦିଲ୍ଲୀ,୧୮/୧୨:ଭାରତରେ ପାକିସ୍ତାନୀ ବେଟିଂ ଆପ ମାଲିକଙ୍କ ରାଜୁତି । ଭାରତୀୟ ସେଲିବ୍ରେଟିଙ୍କୁ ମୋହରା ବନାଇଛନ୍ତି ପାକିସ୍ତାନୀ ବେଟିଂ ଆପ୍ ମାଲିକ । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାରତରେ ଚାଲିଥିବା ଏହି ଠକାମିର ଖୁଲାସା କରିଛି ଇଡ଼ି । 

ସୂଚନା ଅନୁସାରେ, ଭାରତରେ ଚାଲିଥିବା ମ୍ୟାଜିକ୍ବିନ୍ ବେଟିଂ ଆାପ୍  ଜଣେ ପାକିସ୍ତାନୀ ନାଗରିକଙ୍କ ବୋଲି ଜଣାପଡ଼ିଛି। ଆଉ ଭାରତରେ ଆପ ପ୍ରମୋସନ ପାଇଁ ଫସିଥିଲେ ଅନେକ ଭାରତୀୟ ଅଭିନେତ୍ରୀ । ମ୍ୟାଜିକ୍ୱିନ୍ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଥର ପାଇଁ ପାକିସ୍ତାନୀ ଲିଙ୍କ ଥିବା ନେଇ କରିଛ ଖୁଲାସା । ତେବେ  ଦୁବାଇ ଦେଇ ଭାରତରୁ ପାକିସ୍ତାନକୁ ଟଙ୍କା ପଠାଯାଇଥିଲା। ଉଭୟ ବଡ଼ ଏବଂ ଛୋଟ ପରଦାରୁ ଅଭିନେତା ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ମ୍ୟାଜିକୱିନକୁ ପ୍ରୋତ୍ସାହିତ କରିଥିଲେ। ତେବେ ଏହି ଘଟଣାର ଖୁଲାସା କରିଥିବା ବେଳେ ସେଲିବ୍ରେଟିମାନଙ୍କୁ  ଡ଼ାକି କରୁଛି ପଚରାଉଚରା ।ନିକଟରେ ଇଡି ଅଭିନେତା ମଲ୍ଲିକା ଶେରାୱତ ଏବଂ ପୂଜା ବାନାର୍ଜୀଙ୍କୁ ପ୍ରଶ୍ନ କରିସାରିଛି। ଏହି ସପ୍ତାହ ଶେଷରେ ଅନ୍ୟ ଦୁଇଜଣ ସେଲିବ୍ରିଟିଙ୍କୁ ଇଡି ଡକାଇଥିବା ବେଳେ ଆସନ୍ତା ସପ୍ତାହରେ ଅତି କମରେ ୭ଜଣ ସେଲିବ୍ରିଟିଙ୍କୁ ପଚରାଉଚରା କରାଯିବା ନେଇ ସୂଚନା ମିଳିଛି।