ବାଲେଶ୍ୱର,୨୪/୦୮:  କାଂଶବାଂଶ ନଦୀରେ ଭାସି ଯାଇ ବୃଦ୍ଧା ନିଖୋଜ। ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ଅଗ୍ନିଶମ ବାହିନୀ । ବାଲେଶ୍ୱର ଜିଲ୍ଲା ଖଇରା ଥାନା  କୁରୁଣ୍ଟା ପଞ୍ଚାୟତ ଅଧିନ ରାଈକୁଳା ଗାଁରୁ ସାମ୍ନାକୁ ଏହି ଘଟଣା।  ନିଖୋଜ ବୃଦ୍ଧା ଜଣକ ହେଲେ ଶୁକୁଟି ମାଝୀ । 

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଘର ପାଖରେ ଥିବା କାଂଶବାଂଶ ନଦୀକୁ ଶୌଚ ହେବାକୁ ଯାଇଥିଲେ। ହେଲେ ଆଉ ଫେରିନଥିଲେ । ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ନେଇ ପରିବାର ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଖଇରା ଓ ଅଡ଼ା ଦମକଳ ବାହିନୀ ଟିମ୍ ପହଞ୍ଚି ବୋଟ୍ ସାହାଯ୍ୟରେ ନଦୀରେ ଖୋଜିବାରେ ଲାଗିଛନ୍ତି। ହେଲେ ଏପର୍ଯ୍ୟନ୍ତ ବୃଦ୍ଧାଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ବର୍ଷା ଯୋଗୁଁ କାଂଶବାଂଶ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଦମକଳ ବାହିନୀକୁ ଖୋଜିବାରେ ବିଳମ୍ବ ହେଉଥିବା ନେଇ ଜଣାପଡିଛି।