ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

୩୪୫ ରାଜନୈତିକ ଦଳକୁ ସୂଚୀରୁ ହଟାଇଲେ ନିର୍ବାଚନ କମିଶନ, ଜାଣନ୍ତୁ କାହିଁକି ନିଆଗଲା ଏଭଳି ବଡ଼ ପଦକ୍ଷେପ ?

Published By : Harapriya Biswal | June 26, 2025 8:30 PM

ନୂଆଦିଲ୍ଲୀ,୨୬।୬: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି। ଏବେ ୩୪୫ ଅଣମାନ୍ୟତା ପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳକୁ ସୂଚୀରୁ ହଟାଇଛନ୍ତି। ନିର୍ବାଚନ କମିଶନ୍ ସମ୍ପର୍କିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଛି। ଏଥିରେ କୁହାଯାଇଛି ଯେ, ଏହି ଅଣମାନ୍ୟତା ପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉ।

ଏହାପରେ ସମ୍ପର୍କିତ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଦଳକୁ ଶୁଣାଣିର ଅବସର ଦେଇଛନ୍ତି। କୌଣସି ଅଣ ମାନ୍ୟତାପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳକୁ ଡିଲିଷ୍ଟ କରିବାର ଅନ୍ତିମ ନିଷ୍ପତ୍ତି ଭାରତର ନିର୍ବାଚନ କମିଶନଙ୍କ ଦ୍ବାରା ନିଆଯିବ। ଦେଶରେ ରାଜନୈତିକ ଦଳ(ରାଷ୍ଟ୍ରୀୟ/ରାଜ୍ୟ/ଅଣ-ମାନ୍ୟତାପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳ)ର ପଞ୍ଜିକରଣ ଜନ ପ୍ରତିନିଧିତ୍ବ ଅଧିନିୟମ ୧୯୫୧ର ଧାରା ୨୯ଏ ଅନ୍ତର୍ଗତ ଭାରତର ନିର୍ବାଚନ କମିଶନରେ କରାଯାଏ। 

ଏହି ନିୟମ ଅନୁସାରେ, ପୁଣିଥରେ କୌଣସି ସଂଗଠନକୁ ରାଜନୈତିକ ଦଳ ରୂପରେ ପଞ୍ଜିକୃତ କରି ନିଆଯାଇଥାଏ। ତେଣୁ ତାକୁ କର ଛାଡ ଭଳି ବିଶେଷାଧିକାର ଓ ଲାଭ ମିଳିଥାଏ। ଏହି ପକ୍ରିୟା ରାଜନୈତିକ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଓ ଏଭଳି ଦଳକୁ ଡିଲିଷ୍ଟ କରିବାର ଉଦେଶ୍ୟରେ କରାଯାଇଛି, ଯେଉଁମାନେ ୨୦୧୯ ପରେ ଲୋକସଭା, ରାଜ୍ୟ ବିଧାନସଭା ଓ ଉପ-ନିର୍ବାଚନରେ ଭାଗ ନେଇପାରି ନାହାନ୍ତି। ଏହି ଦଳକୁ ଭୌତିକ ରୂପରେ ଖୋଜି ହେଉନି। ଏହି ୩୪୫ ଅଣ ମାନ୍ୟତାପ୍ରାପ୍ତ ପଞ୍ଜିକୃତ ରାଜନୈତିକ ଦଳ ଏହି ସଫେଇ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଛି। ଏହି ପକ୍ରିୟା ଭବିଷ୍ୟତରେ ମଧ୍ୟ ଜାରି ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.