ଆଠଗଡ଼,୧୬/୧୧: ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା ଆରମ୍ଭ ହୋଇଛି । ଏହି ଗଣାନ କାର୍ଯ୍ୟରେ ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଲାଗିଛନ୍ତି । ଆଠଗଡ଼, ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରର ବିଭିନ୍ନ ସ୍ଥାନରେ ବୁଲି ହାତୀ ମାନଙ୍କ ଗଣନା କରଛି ଟିମ୍।
ଏହି ଶୀତକାଳୀନ ଗଣନା କାର୍ଯ୍ୟରେ ଥର୍ମାଲ୍ କ୍ୟାମେରା ବ୍ୟବହାର କରାଯାଉଛି । ବର୍ଷକୁ ଦୁଇ ଥର ଅର୍ଥାତ୍ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁରେ ଏହି ଗଣନା କରାଯାଇଥାଏ । ତେବେ ଖୁବ୍ ଶୀଘ୍ର ଏହି ହାତୀ ଗଣନା ରିପୋର୍ଟ ଅସିବ । ଆଠଗଡ଼ ବନଖଣ୍ଡରେ କେତେ ହାତୀ ଅଛନ୍ତି, ତାହା ରିପୋର୍ଟ ଆସିବା ପରେ ଜଣା ପଡ଼ିବ ।