ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମଝି ରାସ୍ତାରେ ଦନ୍ତା, ରାସ୍ତାରେ ଫେରିବାକୁ ଭୟ କରୁଛନ୍ତି ଅଞ୍ଚଳବାସୀ

Published By : Suraj Kumar | December 9, 2024 11:26 PM

ନୀଳଗିରି,୯/୧୨: ଗତ ଶନିବାର  ନୀଳଗିରି ଅଞ୍ଚଳକୁ ପଶି ଆସିଥିବା ଝାଡ଼ଖଣ୍ଡ ହାତୀପଲ ପାଇଁ ଏବେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ବ୍ୟାପକ ଧାନ ଫସଲ ନଷ୍ଟ ହେଉଥିବା ବେଳେ ଜଙ୍ଗଲରୁ ବାହାରି ଅନ୍ୟ ସ୍ଥାନକୁ ଯିବାବେଳେ ମୁଖ୍ୟ ରାସ୍ତାରେ ବାଇକ ଆରୋହି,ସାଇକେଲ ଆରୋହି,ପଥଚାରୀ ଯିବାକୁ ଭୟ କରୁଛନ୍ତି।ଦିନରେ ହାତୀପଲ ତିନିକୋଶିଆ ଜଙ୍ଗଲ ଭିତରେ ଡେରା ପକାଇ ଥିବାବେଳେ ସନ୍ଧ୍ୟାରେ ବାହାରି ଭାଲୁକାଶୁଣି -ନରଣପୁର ରାସ୍ତାପାର ହୋଇଥିଲେ। 

ଏହି ମୁଖ୍ୟ ରାସ୍ତାରେ  ନରଣପୁର, ବରମପୁର, ଡ଼ାଳିମ୍ବପାଳ, ଅଁଳାପାଳ, ମାଟିଆଳି, ତେନ୍ତୁଳିଆ ସମେତ ବହୁ ଗାଁକୁ ଫେରୁଥିବା ଗ୍ରାମବାସୀ ରାତିରେ ଯିବାକୁ ଭୟଭୀତ ହୋଇପଡିଛନ୍ତି।ମଝି ରାସ୍ତାରେ ପାଇଲଟ ଦନ୍ତା ଡେରା ପକାଇଥିବା ବେଳେ ରାତିରେ ଘରକୁ ଫେରିବା ସମୟରେ ହାତୀ ସହିତ ସାମ୍ନାସାମ୍ନି ହେବାର ଭୟ ଘାରିଛି।

ଲୋକମାନେ ଏକତ୍ରିତ ହୋଇ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି। ତେବେ ଦିନକୁ ଦିନ ହାତୀ ମାନେ ଉପଦ୍ରଵ କରୁଥିବା ବେଳେ ସୋମବାର ହାତୀ ଆଗକୁ ନବଢି ପଛଘୁଞ୍ଚା ଦେବାରୁ ଖୁବଶୀଘ୍ର ଫେରିବେ ବୋଲି ଅନୁମାନ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.