କରଞ୍ଜିଆ, ୨୮।୫ : ଶିମିଳିପାଳରେ ଶିକାରୀ ସକ୍ରିୟ। ପୁଣି ଶିକାରୀଙ୍କୁ ଧରାଇଦେଲା IR କ୍ୟାମେରା। ତିନି ଶିକାରୀ ଗିରଫ। ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳରେ ଥିବା ହାତୀଗୋଡା ଓ ଜାମୁଡିହା ଗାଁରେ ଅବସ୍ଥିତ ଶିକାରୀଙ୍କ ଘରେ ଚଢ଼ାଉ କରି ହାତୀର କଙ୍କାଳ, ହାଡ଼, ୭ଟି ଧନୁ, ୭ଟି ତୀର, ଗୋଟିଏ ଟାଙ୍ଗିଆ ଓ ବିପୁଳ ଫାଶ ଜବତ କରିଛି ବନବିଭାଗ ।
ଘଟଣାରୁ ପ୍ରକାଶ ଯେ ଗତ ଜାନୁଆରୀ ୧୪ ତାରିଖରେ ଚମ୍ପାଗଡା ବିଟ୍ ନିକଟ ଜଙ୍ଗଲରେ ଅସୁସ୍ଥତା ଯୋଗୁଁ ପ୍ରାୟ ୫୫ ବର୍ଷର ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ବ୍ୟଵଛେଦ ପରେ ହାତୀର ମୃତଦେହକୁ ଜୀଵଜନ୍ତୁଙ୍କ ଖାଦ୍ୟ ଉଦ୍ଦେଶ୍ୟ ରେ ଛାଡି ଦିଆଯାଇଥିଲା । ଏ ଘଟଣାର ସନ୍ଧାନ ପାଇ ଗତ ୧୩ ତାରିଖରେ ଜାମୁଡିହା ଗ୍ରାମର ଦାସମାତ ମୁର୍ମୁ ଓ ସୋନାର ମୁର୍ମୁ ଏବଂ ହାତିଗୋଡା ଗ୍ରାମର ପାଣ୍ଡୁ ସୋରେନ ଶିମିଳିପାଳ ଜଙ୍ଗଲକୁ ଯାଇ କୁରାଢ଼ିରେ ହାଣି ମୃତ ହାତୀର ହାଡ଼, କଙ୍କାଳକୁ ଘରକୁ ନେଇଯାଇଥିଲେ। ଜଙ୍ଗଲରେ ଲାଗିଥିବା IR କ୍ୟାମେରାରେ ଵନବିଭାଗ ଦେଖି ୫ ଜଣଙ୍କୁ ଚିହ୍ନଟ କରିଥିଲେ। ୨୭ ତାରିଖ ଭୋର୍ ସମୟରେ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର କର୍ମଚାରୀମାନଙ୍କ ସହ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ, ଆସିଷ୍ଟାଣ୍ଟ ପ୍ରୋଟେକ୍ସନ ଫୋର୍ସ ଏଵଂ ଵନବିଭାଗ କର୍ମଚାରୀ ୩ ଶିକାରୀଙ୍କ ଘରେ ଚଢ଼ାଉ କରିଥିଲେ। ମୃତ ହାତୀର କଙ୍କାଳ, ହାଡ଼ , ୭ଟି ଧନୁ, ୭ଟି ତୀର, ଗୋଟିଏ ଟାଙ୍ଗିଆ ଓ ବିପୁଳ ଫାସ ଜବତ କରି ଠାକୁରମୁଣ୍ଡା କାର୍ଯ୍ୟାଳୟକୁ ଆଣିଥିଲେ। ଠାକୁରମୁଣ୍ଡା ଶିମିଳିପାଳ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ବାରିପଦା ସିଜିଏମ କୋର୍ଟ ଚାଲାଣ କରଛି ବନବିଭାଗ।
ଆହୁରି ପଢନ୍ତୁ : ଚଳନ୍ତା କାରରୁ ଚକ ବାହାରି ପୋଲ ତଳକୁ ଖସିଲା, ୨ ମୃତ