ନୂଆଦିଲ୍ଲୀ : କୋଟିପତି ବ୍ୟବସାୟୀ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଡାଟା ସୁରକ୍ଷା ସମ୍ୱନ୍ଧୀୟ ସମସ୍ୟା, ମସ୍କ –ଟ୍ରମ୍ପ ବିବାଦ ଓ ଚାଇନା କମ୍ପାନୀ ଗୁଡ଼ିକ ଠାରୁ ପ୍ରତିସ୍ପର୍ଦ୍ଧା କାରଣରୁ, ପାକିସ୍ତାନର ସାଟେଲାଇଟ୍ ଇଣ୍ଟରନେଟ୍ ବଜାରରେ ପ୍ରବେଶ କରିବାକୁ ଲାଇସେନ୍ସ ମିଳିବାରେ ବିଳମ୍ୱ ହେଉଛି। ଏକ ପାକିସ୍ତାନୀ ଖବରକାଗଜରେ ରବିବାର ପ୍ରକାଶିତ ଖବରରେ ଏହି କଥା କୁହାଯାଇଛି।

ଏକ୍ସପ୍ରେସ୍ ଟ୍ରିବ୍ୟୁନ ସୂତ୍ରାନୁସାରେ ପ୍ରକାଶିତ ଖବରରେ କୁହାଯାଇଛି ଯେ, ଷ୍ଟାରଲିଙ୍କ୍ ସେହି ଅନେକ କମ୍ପାନୀ ମଧ୍ୟରେ ଅନ୍ତର୍ଭୁକ୍ତ , ଯିଏକି ପାକିସ୍ତାନର ସାଟେଲାଇଟ୍ ଇଣ୍ଟରନେଟ୍ ବଜାରରେ ପରିଚାଳନାର ଅନୁମତି ମାଗିଛି, କିନ୍ତୁ ବିଭିନ୍ନ ଅସମାହିକ ସୁରକ୍ଷା ଏବଂ ଭୂ-ରାଜନୈତିକ ସମସ୍ୟା ଯୋଗୁଁ ଅନୁମୋଦନ ପ୍ରକ୍ରିୟା ମନ୍ଥର ହୋଇ ଯାଇଛି।ଖବର ମୁତାବିକ , ସରକାରଙ୍କୁ ଜଣାପଡ଼ିଛି ଯେ, ଷ୍ଟାରଲିଙ୍କ୍ ପାକିସ୍ତାନର ଅନୁଧ୍ୟାନ , ନିୟାମକ ଓ ସୁରକ୍ଷା ଢାଞ୍ଚାର ଉଲ୍ଲଙ୍ଘନ କରି କିଛି ଡାଟା ପ୍ରସାରିତ କରିପାରେ।

ଆହୁରି ମଧ୍ୟ ପଢନ୍ତୁ : କପିଲ ଶର୍ମାଙ୍କୁ ଫୋନ୍ କରି ଖୁବ୍ ଦୁଃଖ ପ୍ରକାଶ କରିଥିଲେ ଲତା ମଙ୍ଗେସକର , କହିଥିଲେ ...

ଖବରରେ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଅନୁସାରେ କୁହାଯାଇଛି ଯେ,ଆମେ ପାକିସ୍ତାନରେ ବ୍ୟବହାରକାରୀଙ୍କ ଡାଟାର ସୁରକ୍ଷା ସ୍ପଷ୍ଟ କରିବା ଓୋ ଡାଟା ଚୋରି ରୋକିବା ପାଇଁ ସୁରକ୍ଷା ଯାଞ୍ଚ ବିନା ଷ୍ଟାରଲିଙ୍କକୁ ଲାଇସେନ୍ସ ଦେଇପାରିବ ନାହିଁ। ଅଧିକାରୀଙ୍କ ଅନୁସାରେ ,ମସ୍କ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଆଉ ଏକ ବଡ଼ କାରଣ , ଯାହା ଯୋଗୁଁ ପାକିସ୍ତାନ ସରକାର ସୁରକ୍ଷା ଅନୁମୋଦନ ଦେବାରେ ଆଗପଛ ହେଉଛି।

ସେ କହିଛନ୍ତି ଟ୍ରମ୍ପଙ୍କ ଗତ ବର୍ଷ ଜାନୁଆରୀରେ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ ୱାଶିଂଟନ ଓ ଇସଲାମାବାଦ ମଧ୍ୟରେ ସଂପର୍କରେ ସୁଧାର ଆସିଛି, ଏହି ସ୍ଥିତିରେ ପାକିସ୍ତାନ ଏମିତି କୌଣସି ପଦକ୍ଷେପ ନେବାକୁ ଚାହିଁବ ନାହିଁ , ଯାହା ଆମେରିକାକୁ ଅସନ୍ତୁଷ୍ଟ କରିବ।