ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ଦାଖଲ କଲା ଏଲନ ମସ୍କଙ୍କ କମ୍ପାନୀ X, ଜାଣନ୍ତୁ ମାମଲା…

Published By : Ladu Kishor | March 20, 2025 5:15 PM

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୁଦ୍ଧରେ କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି ଏଲନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପ । କମ୍ପାନୀ ଭାରତ ସରକାରଙ୍କ ଆଇଟି ଆଇନର ଧାରା 79(3)(b) ଉପରେ ପ୍ରଶ୍ନ ଉଠାଇଛି। କମ୍ପାନୀ କହିଛି ଯେ,ଏହି ନିୟମ ଏକ ବେଆଇନ ଏବଂ ଅନିୟମିତ ସେନ୍ସରସିପ୍ ସିଷ୍ଟମ ସୃଷ୍ଟି କରୁଛି, ଯାହା ଅଧୀନରେ କଣ୍ଟେଣ୍ଟକୁ ବ୍ଲକ କରିବା ଦ୍ୱାରା ପ୍ଲାଟଫର୍ମର କାର୍ଯ୍ୟ ପ୍ରଭାବିତ ହେଉଛି।

ଏହି ଧାରାରେ କୁହାଯାଇଛି ଯେ, କେଉଁ ପରିସ୍ଥିତିରେ ସରକାରଙ୍କର ଇଣ୍ଟରନେଟ୍ କଣ୍ଟେଣ୍ଟକୁ ବ୍ଲକ କରିବାର ଅଧିକାର ଅଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ କହିଛି, "କଣ୍ଟେଣ୍ଟକୁ ହଟାଇବା ପାଇଁ ଲିଖିତ ଭାବରେ କାରଣ ଦେବା ଆବଶ୍ୟକ ଏବଂ ନିଷ୍ପତ୍ତି ନେବା ପୂର୍ବରୁ ଏକ ଉପଯୁକ୍ତ ଶୁଣାଣି ବ୍ୟବସ୍ଥା କରାଯିବା ଉଚିତ। ଏହାକୁ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିବାର ଅଧିକାର ମଧ୍ୟ ରହିବା ଉଚିତ। ତେବେ ଭାରତ ସରକାର ଏହି ନିୟମ ଗୁଡ଼ିକ ମଧ୍ୟରୁ କୌଣସିଟି ବ୍ୟବହାର କରିନାହାଁନ୍ତି ବୋଲି କମ୍ପାନୀ କହିଛି। 

ଆବେଦନରେ କୁହାଯାଇଛି ଯେ, ସରକାର ଧାରା 79(3)(b)ର ଭୁଲ ବ୍ୟାଖ୍ୟା କରୁଛନ୍ତି ଏବଂ ଧାରା 69A ର ବ୍ୟବସ୍ଥା ପାଳନ କରୁନଥିବା ନିର୍ଦ୍ଦେଶ ପ୍ରଦାନ କରୁଛନ୍ତି। ଏହି ଧାରାରେ ସରକାର କେଉଁ ପରିସ୍ଥିତିରେ ଇଣ୍ଟରନେଟ୍ କଣ୍ଟେଣ୍ଟକୁ ଅବରୋଧ କରିପାରିବେ ତାହା ବ୍ୟାଖ୍ୟା କରାଯାଇଛି। କମ୍ପାନୀ ୨୦୧୫ ମସିହାରେ ଶ୍ରେୟା ସିଂହଲ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରିଛି।

ତେବେ ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ କି କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ X କର୍ପକୁ ଏହାର AI ଚାଟବଟ୍ ଗ୍ରୋକ୍ (Grok) ବିଷୟରେ ପ୍ରଶ୍ନ ପଚାରିଛି। ଗ୍ରୋକ୍ ଅନେକ ପ୍ରଶ୍ନର ଉତ୍ତରରେ ଅପମାନଜନକ ଭାଷା ବ୍ୟବହାର କରୁଛି, ଯାହା ପାଇଁ ଭାରତ ସରକାର କମ୍ପାନୀଠାରୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.