ନୂଆଦିଲ୍ଲୀ,୭/୭ : ନଟିଂହାମରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଇଂଲଣ୍ଡର ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଛି । ଭାରତର ଚୁଡ଼ାନ୍ତ ଏକାଦଶରେ ଏକ ପରିବର୍ତ୍ତନ ହୋଇଛି । ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କ ଟିମରେ ଏଣ୍ଟ୍ରି ହୋଇଛି । ସେହିଭଳି ଇଂଲଣ୍ଡ ନିଜ ଟିମରେ କେଣସି ପରିବର୍ତ୍ତନ କରିନାହିଁ ।
ଟସ୍ ଜିତିବା ପରେ ଶ୍ରେୟସ ଅୟର କହିଛନ୍ତି, ଆମେ ପ୍ରଥମେ ବୋଲି କରିବୁ । ସେହିଭଳି ଗତ ମ୍ୟାଚରେ ପରାଜୟ ଏବଂ ବୋଲିଂ ଉପରେ ଭରସା ରଖିବା ଉପରେ କହିଛନ୍ତି, ହଁ ମୋତେ ଲାଗୁଛି କି ତାହା ଏକ ଛୋଟ ଭୁଲ ଥିଲା । ଯାହା ଉପରେ ଆପଣଙ୍କ ନିୟନ୍ତ୍ରଣ ନ ଥିଲା ଏବଂ ଆପଣଙ୍କୁ ନିଶ୍ଚିତ ରୂପରେ ନିଜ ବୋଲରଙ୍କ ସମର୍ଥନ କରିବା ଆବଶ୍ୟକ । ତାହା ଟିକେ ଅଧିକ ଭାବୁଛି । କିନ୍ତୁ ମୋତେ ଜଣା ଅଛି କି ଯେ କେହି ବି ଏହିଭଳି ସମୟ ଦେଇ ଗତି କରିଛନ୍ତି । କିନ୍ତୁ ସମସ୍ତେ ପୁରା ଜୋଶରେ ଅଛନ୍ତି । ମୁଁ ସେମାନଙ୍କ ସହ କଥା ହୋଇଛି । ପ୍ରତ୍ୟେକ ଖେଳାଳୀ ନିଜ ଜୀବନରେ ଏହିଭଳି ସମୟ ଦେଇ ଗତି କରିଥାନ୍ତି, ଏହା ସେମାନଙ୍କ ଲାଗି ଏବଂ ଟିମ୍ ଲାଗି ଏକ ଭଲ ଶିକ୍ଷା ଅଟେ ।
ସେହିଭଳି ହ୍ୟାରି ବୃକ କହିଛନ୍ତି, ମୋତେ ଖୁସି ଲାଗୁଛି ମୁଁ ଟସ୍ ହାରିଛି । କିନ୍ତୁ ଆମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ । ଗତ ମ୍ୟାଚରେ ଇଂଲଣ୍ଡର ପ୍ରଦର୍ଶନ ଉପରେ ବୃକ କହିଛନ୍ତି କି, ମୋତେ ଲାଗୁଛି କି ସବୁ ଖେଳାଳୀଙ୍କ ପ୍ରଦର୍ଶନ ଭଲ ଥିଲା । ମୋତେ ଲାଗୁଛି କି ଆମେ ବହୁତ ଭଲ ଫିଲ୍ଡିଂ କରିଛୁ ଏବଂ ବୋଲିଂ ବହୁତ ଭଲ କରିଥିଲୁ ।
ଇଂଲଣ୍ଡ : ଫିଲ ସାଲ୍ଟ, ଜୋସ ବଟଲର(ଓ୍ବିକେଟକିପର), ହ୍ୟାରି ବୃକ(ଅଧିନାୟକ), ଜ୍ୟାକବ ବେଥେଲ, ଟମ୍ ବ୍ୟାଟନ, ସ୍ୟାମ କୁରେନ, ବିଲ ଜ୍ୟାକ୍ସ, ଳିୟାମ ହାସନ, ଜୋଫ୍ରା ଆର୍ଚର, ଆଦିଲ ରଶିଦ, ଜୋଶ ଟ୍ୟାଗ୍ ।
ଭାରତ : ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଶନ(ଓ୍ବିକେଟ କିପର), ଶ୍ରେୟସ ଅୟର(ଅଧିନାୟକ), ଶିବମ ଦୁବେ, ତିଲକ ବର୍ମା, ଅକ୍ଷର ପଟେଲ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ, ବଋଣ ଚକ୍ରବର୍ତ୍ତୀ ।