ନୂଆଦିଲ୍ଲୀ,୬।୭: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବାପରେ ଏବେ ସେଠାର ଜମି ସୁନା ଭଳି ମୂଲ୍ୟବାନ ହୋଇଯାଇଛି। ନା କେବଳ ବଡ ବଡ ଉଦ୍ୟୋଗପତି ବଂର ଫିଲ୍ମ ଜଗତର ସେଲିବ୍ରିଟି ମଧ୍ୟ ଜମି କଣିବାକୁ ଚାହୁଁଛନ୍ତି। ରିୟଲ ଇଷ୍ଟେଟ୍ କମ୍ପାନୀ ‘ଦ ହାଉସ ଅଫ୍ ଅଭିନନ୍ଦନ ଲୋଢା’ର ଚେୟାରମ୍ୟାନ୍ ଓ ସଂସ୍ଥାପକ ଅଭିନନ୍ଦନ ଲୋଢା କହିଛନ୍ତି ଅଯୋଧ୍ୟାରେ ଜମି କିଣିବାକୁ ଫୋନ୍ କରିଥିଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ସେ କହିଛନ୍ତି, ଅମିତାଭ ତାଙ୍କୁ ଭୋର ୩ଟା ବେଳେ ଫୋନ୍ କରିଥିଲେ। ସେ ଉଠାଇ ପାରିନଥିଲେ, ତେଣୁ ଅମିତାଭ ତାଙ୍କୁ ମେସେଜ୍ ଦେଇଥିଲେ। ଲେଖିଥିଲେ, ମୁଁ ଅମିତାଭ ବଚ୍ଚନ, ଯେତେବେଳେ ଆପଣଙ୍କୁ ଠିକ୍ ଲାଗିବ ଦୟାକରି କଲବ୍ୟାକ୍ କରିବେ।’ ଲୋଢା କହିଛନ୍ତି, ସେ ଯେତେବେଳେ ନିଜର ଫୋନ୍ ଦେଖିଥିଲେ ସେଥିରେ କିଛି ମିସଡ୍ କଲ୍ ଥିଲା। ଏହାପରେ ସେ ମେସେଜ୍ ପଢିଥିଲେ। ଅମିତାଭଙ୍କ ବିନମ୍ରତା ଦେଖିକି ସେ ନିଜ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁରନ୍ତ ବିଗ୍ ବିଙ୍କୁ ଫୋନ୍ କରିଥିଲେ। ଏକଥା ଲୋଢା ଏକ ରିୟଲ ଇଷ୍ଟେଟ୍ ସମ୍ମିଳନୀରେ କହିଛନ୍ତି।

ଫୋନ୍‌ରେ କ’ଣ କହିଲେ ଅମିତାଭ ?

ଲୋଢା କହିଛନ୍ତି, ଅମିତାଭ ତାଙ୍କୁ କହିଥିଲେ, ଅଭିନ୍ଦନନ ଜୀ ମୁଁ ୟୁପିରୁ। ମୋତେ ଅଯୋଧ୍ୟାରେ ଜମି କିଣିବାର ଅଛି।’ ଏହାପରେ ଲୋଢା କହିଥିଲେ, ମୁଁ ବିଲକୁଲ ଆପଣଙ୍କୁ ସାହାଯ୍ୟ କିରିବି। ବିଗ୍ ବି ତାଙ୍କୁ କହିଥିଲେ, ମୁଁ ପ୍ରାୟ ୧୫ ହଜାର ସ୍କୋୟାର ଫୁଟ୍ ଜମି କିଣିବାକୁ ଚାହୁଁଛି। ଏହାର ଦାମ୍ କେତେ ହେବ। ଅଭିନନ୍ଦନ ଜମିର ଦାମ୍ ୧୫ କୋଟି କହିଥିଲେ। ତା ପରଦିନ ଅମିତାଭ ତାଙ୍କୁ ୧୫ କୋଟି ଟ୍ରାନ୍ସଫର କରିଦେଇଥିଲେ।

ଅଯୋଧ୍ୟାରେ କେତେ ଜମି କିଣିଛନ୍ତି ବିଗ୍ ବି ?

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଗତ କିଛି ବର୍ଷରେ ଅଭିନନ୍ଦନ ଲୋଢାଙ୍କ ଠାରୁ ବହୁ ଜମି କିଣିଛନ୍ତି। ସେ ୩୫ କୋଟି ଟଙ୍କାରେ ୨.୬୭ ଏକର ଜମି କିଣିଥିଲେ। ଏହା HoABL ର ୭୫ ଏକର ସରୟୁ ପ୍ରୋଜେକ୍ଟରେ ରହିଛି। ଏହା ପୂର୍ବରୁ ମଇ ୨୦୨୫ ରେ ସେ ସରୟୁ ନିକଟରେ ଥିବା ୪୦ କୋଟି ଟଙ୍କାରେ ୨୫୦୦୦ ବର୍ଗଫୁଟର ଜମି କିଣିଥିଲେ। ସେଭଳି ୨୦୨୪ ରେ ସେ ସରୟୁରେ ୧୦ ହଜାର ବର୍ଗଫୁଟ୍ର ଭୂଖଣ୍ଡ କିଣିଥିଲେ। ରାମ ମନ୍ଦିର ତିଆରି ହେବା ପରଠାରୁ ଅଯୋଧ୍ୟାରେ ଭିତ୍ତିଭୂମି ବିକାଶିତ ହୋଇଛି। ପ୍ରତି ବର୍ଷ ୨୫ କୋଟି ଲୋକ ଏଠାକୁ ଆସୁଛନ୍ତି। ତେଣୁ ପର୍ଯ୍ୟଟନ ବଢିଲେ ଅର୍ଥବ୍ୟବସ୍ଥା ବି ମଜବୁତ ହେଉଛି। ଏହି କାରଣରୁ ବହୁ ଲୋକ ସେଠାରେ ଜମି କିଣିବାକୁ ଚାହୁଁଛନ୍ତି।

ଆହୁରି ପଢନ୍ତୁ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସହ ଭୂସ୍ଖଳନ: ପୁଣେ-ମୁମ୍ବାଇ ଏକ୍ସପ୍ରେସୱେ ବନ୍ଦ, ମୁମ୍ବାଇରେ ୪ ଦିନରେ ୧୩ ଜଣଙ୍କ ମୃତ୍ୟୁ