ଆଠଗଡ଼,୨୨/୩ : ଅଭିନବ ଉପାୟରେ ଚାଲିଛି ଚୋରା ଦେଶୀ ମଦ ପ୍ରସ୍ତୁତ ସହ ଚୋରା ଚାଲାଣ । ବାରମ୍ବାର ଚଢ଼ଉ ସତ୍ୱେ ମଧ୍ୟ ଏହା ଉପରେ ରୋକ ଲଗେଇ ପାରୁନି ଅବକାରୀ ବିଭାଗ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଆ ଓ ଖଣ୍ଡୁଆଳି ଗାଁ ପାଖ ସଂରକ୍ଷିତ ଜଙ୍ଗଲ ଏବଂ ତିଗିରିଆ ଥାନା ଭିରୁଡା ଓ ପଣସପାଟଣା ଗାଁରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ଉ। 

କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ମୋବାଇଲ୍ ଟିମ୍ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରି ୧୯୯୫ ଲିଟର ଚୋରା ଦେଶୀ ମଦ ସହ ୨୨୧୨୦ଲିଟର ଗୁଡ଼ ପୋଚ ଜବତ କରି ଘଟଣାସ୍ଥଳରେ ନଷ୍ଟ କରଯାଇଛି । ତେବେ ଏହି ଘଟଣାରେ କହାକୁ ଗିରଫ କରିବାରେ ସଫଳ ହୋଇପାରିନାହିଁ ଅବକାରୀ ବିଭାଗ। ଏହି ଘଟଣାରେ ୬ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ବାରମ୍ବାର ଚଢ଼ଉ କରାଯାଉଥିଲେ ମଧ୍ୟ ଏହି ଅଞ୍ଚଳରୁ ଚୋରା ମଦ କାରବାର କମିବାର ନା ଧରୁନି।