ଭଞ୍ଜନଗର,୧୬/୫: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗୈାଡଗୋଠ ଗ୍ରାମରେ ଅବକାରୀ ବିଭାଗର ଚଢାଉ। ବିପୁଳ ପରିମାଣର ମହୁଲ ଗଚ୍ଛିତ ଥିବା ସଂପର୍କରେ ସୂଚନା ପାଇବା ପରେ ଏହି ଚଢାଉ ହୋଇଥିଲା। ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଅବକାରୀ ଇନ୍ସପେକ୍ଟର ଡମ୍ବରୁଧର ହରିଜନଙ୍କ ନେତୃତ୍ୱରେ ଆସିକା ଓ ଭଞ୍ଜନଗର ଅବକାରୀ ପୁଲିସ ମିଳିତ ଭାବେ ସେଠାରେ ଚଢାଉ କରିଥଲେ। ଚଢାଉ ବେଳେ ଗ୍ରାମର ଶିଶିରକାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ୪୦ ବସ୍ତା ଶୁଖିଲା ମହୁଲ ଜବତ କରାଯାଇଛି। ଏଥିସହ ଏଥିରେ ସଂପୃକ୍ତ ଅଭିଯୋଗରେ ଜଣକୁ ଗିରଫ କରାଯାଇଥିବା ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରୀ ରହିଛି ଏବଂ ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ଜଣାଇ ଦିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...