ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପିପିଲିରେ ନକଲି ନୋଟ୍‌ କାରବାର, ୩ ଅଭିଯୁକ୍ତ ଅଟକ

Published By : Harapriya Sethi | April 25, 2025 10:00 AM

ଭୁବନେଶ୍ୱର, ୨୫/୦୪: ନକଲି ଟଙ୍କା କାରବାରରେ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ । ଡେଲାଙ୍ଗ ସାଧପଡା ଗାଁରେ ୩ ଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ସେମାନଙ୍କ ନିକଟରୁ ଟଙ୍କା ଗଣତି ମେସିନ ଓ ଟଙ୍କା ଛପା ପେପର ସହ ଏକ କାର୍‌ ଜବତ କରାଯାଇଛି । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସାଧପଡ଼ା ଗାଁର କିଛି ଯୁବକଙ୍କୁ ଅଭିଯୁକ୍ତମାନେ ୫୦ ହଜାର ଟଙ୍କା ଦେଇ ୩ ଲକ୍ଷ ଟଙ୍କା ନିଅ ବୋଲି କହୁଥିଲେ । ଏନେଇ ସୂଚନା ପାଇ ଗ୍ରାମବାସୀ ନକଲି ଟଙ୍କା କାରବାର ଗ୍ୟାଙ୍ଗ ବୋଲି ସନ୍ଦେହ କରିଥିଲେ । ସନ୍ଦେହ କରି ଗୁରୁବାର ରାତିରୁ ଏକ କାର୍‌ ସହ ୩ ଜଣଙ୍କୁ ଏକ ଘରେ ଅଟକ ରଖିଥିଲେ ଗ୍ରାମବାସୀ । ଅଟକ ଥିବା ବ୍ୟକ୍ତିଙ୍କ ନିକଟରେ ଟଙ୍କା ଗଣତି ମେସିନ ଓ ଟଙ୍କା ଛପା ପେପର ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ । ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.