ଦୁବାଇ,୨୧/୦୨: ଚାମ୍ପିଅନ୍ସ ଟ୍ରଫି ଆରମ୍ଭରୁ ପାକିସ୍ତାନକୁ  ଶକ୍ତ ଧକ୍କା ଲାଗିଛି । ପ୍ରଥମ ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିବାବେଳେ ପ୍ରମୁଖ ବ୍ୟାଟର ଫଖାର ଜମାନ ମଧ୍ୟ ଆହତ  ହୋଇ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବାମ ହାତି ଓପନିଂ ବ୍ୟାଟର  ଇମାମ ଉଲହକଙ୍କୁ ଡାକରା ମିଳିଛି । 

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ଫଖାର ଆହତ ହୋଇଥିଲେ । ଅବଶ୍ୟ ଏହାପରେ ସେ ବ୍ୟାଟିଂ କରିବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ।  ଫଖାର ଗତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ବିଜୟରେ ମୁଖ୍ୟ ନାୟକ  ସାଜିଥିଲେ । ଭାରତ ବିପକ୍ଷ ଫାଇନାଲ୍‌ରେ ସେ ଶତକ ଅର୍ଜନ  କରିଥିଲେ ଓ ତାଙ୍କ ଇନିଂସ ବଳରେ ପାକିସ୍ତାନ ୧୮୦ ରନ୍‌ରେ  ବିଜୟୀ ହୋଇଥିଲା ।