ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚିନ୍ତାରେ ଚାଷୀ... କେନାଲରୁ ହୋଇନି ପଙ୍କ ଉଦ୍ଧାର

Published By : Bijay Swain | July 6, 2025 12:08 AM

ହରଭଙ୍ଗା, ୫/୭: ବର୍ଷା ଆସିଯାଇଛି.. ଏଣିକି ଚଷା ପୁଅ ଚାଷ ପାଇଁ ଅଣ୍ଟା ଭିଡିଛି l ଏପରିକି ଚାଷ କାର୍ଯ୍ୟ ପାଇଁ ଜଳର ଆବଶ୍ୟକତା ରହିଥିବା ବେଳେ ପ୍ରତିବର୍ଷ ଚାଷୀ ଜଳକର ବାବଦକୁ  ସରକାରଙ୍କୁ ରାଜସ୍ୱ ଆକାରରେ ଟିକସ ମଧ୍ୟ ଦେଉଛନ୍ତି l କିନ୍ତୁ ଚଳିତ ବର୍ଷ ଚାଷୀ ଜଳସେଚନ ପକ୍ଷରୁ ଚାଷ କାର୍ଯ୍ୟରେ ପାଣି ପାଇବ କି ନାହିଁ ତାହା ଏବେଠୁ ନିର୍ଭର କରୁଥିବା ଚାଷୀଙ୍କୁ ଚିନ୍ତା ଦେଲାଣି l ଏପରିକି ଚାଷୀର ଦୁଃଖ ଖୋଦ ବିଭାଗୀୟ କତୃପକ୍ଷ ମଧ୍ୟ ଅଣଦେଖା କରୁଥିବା ନେଇ ଅଞ୍ଚଳର ଚାଷୀ ଅଭିଯୋଗ ଆଣିଛନ୍ତି l 

ସୂଚନା ମତେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଖୁଦ୍ର ଜଳସେଚନ କୁକୁଟେଶ୍ୱର କେନାଲ ଅନେକ ମୌଜାର ଚାଷୀ ଚାଷ କ୍ଷେତ୍ରରେ ପାଣି ପାଇଁ ନିର୍ଭର କରୁଥିବା ବେଳେ ଚଳିତ ବର୍ଷ ବୈକୁଣ୍ଠପୁର, ଉଆଁଲ, କଙ୍କଲା ଆଦି ଗ୍ରାମରେ ଯାଇଥିବା କେନାଲର ପଙ୍କ ଉଦ୍ଧାର ହୋଇପାରିନାହିଁ l କାଦୁଅ, ମାଟି, ମଇଳାରେ ପୁର୍ଣ ରହିଛି କେନାଲ l ଫଳରେ ଆସୁଥିବା ପାଣି କେନାଲରେ ନଆସି ବାହାରେ ଚାଲିଯାଉଥିବା ବେଳେ ଚାଷୀ କ୍ଷେତକୁ ପାଣି ପହଁଚି ପାରୁନାହିଁ ବୋଲି ପ୍ରମିଲ ଦନ୍ତା, ରଜନୀକାନ୍ତ ପ୍ରଧାନ, ଶ୍ଵେତାମ୍ବର ପ୍ରଧାନ, ନୀଳମ୍ବର ବେହେରା, ପ୍ରଭାତ ଦୀପ ପ୍ରମୁଖ ଚାଷୀ ଅଭିଯୋଗ ଆଣିଛନ୍ତି l 

ଅନ୍ୟପଟେ ଚଳିତ ବର୍ଷ କେନାଲ ମରାମତି ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ କାମ କେଉଁଠି କରାଯାଇଛି ବୋଲି ଅଞ୍ଚଳ ଚାଷୀ ପ୍ରଶ୍ନ କରୁଛନ୍ତି l ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ କତୃପକ୍ଷଙ୍କ ଲାଭଖୋର ମନୋବୃତ୍ତି ପାଇଁ ଆସିଥିବା କେନାଲ କାର୍ଯ୍ୟ ଅର୍ଥ ବାଟ ମାରଣା ହୋଇଥିବା ଚିତ୍ର ହିଁ ସ୍ପଷ୍ଟ ବୟାନ କରୁଛି l ଏପରିକି କେନାଲ ନିର୍ମାଣ କାର୍ଯ୍ୟରେ ସୂଚନା ଫଳକଟିଏ ଲାଗି ପାରିଲା ନାହିଁ l କେନାଲ କାର୍ଯ୍ୟ ବାବଦକୁ କେତେ ଲକ୍ଷ୍ୟ କେଉଁ ଅନୁଦାନରୁ ଆସିଥିଲା ତାକୁ ସର୍ବସାଧାରଣରେ ଫଳକ ଲଗାଇବା ନିୟମ ବ୍ୟବସ୍ତା ରହିଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କ ମନମୁଖୀ ଓ ଲାଭ ଖୋର ମନୋବୃତି ଥିବା ଅଧିକାରୀ ପାଇଁ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି କେନାଲ କାର୍ଯ୍ୟ ହୋଇଥିବା ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି l କେତେକ ସ୍ଥାନରେ କେନାଲ କାମ ନିମ୍ନ ମାନର ହୋଇଥିବା ବେଳେ ଆଉ କେତେକ ସ୍ଥାନରେ କାର୍ଯ୍ୟ କରି କେନାଲ ଉଭୟ ପାର୍ଶ୍ଵରେ ମାଟିହୁଡ଼ା ନକରୀ ଛାଡି ଦେଇଥିବା ଚିତ୍ର ଦେଖିବାକୁ ମିଳିଛି l 

ତେଣୁ ଚଳିତ ବର୍ଷ ଏହି ତିନିଖଣ୍ଡ ମୌଜାର ଚାଷୀ ମାନେ କୁକୁଟେଶ୍ୱର କେନାଲରୁ ପାଣି ପାଇବେ କି ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ l ଏପଟେ ଲୋକଙ୍କ ସରକାର କହୁଥିବା ବେଳେ ବିଭାଗୀୟ କତୃପକ୍ଷ ହେଉ କିମ୍ବା ଜିଲ୍ଲା ପ୍ରଶାସନ ହେଉ କାହିଁକି ଜନସାଧାରଣଙ୍କୁ ହଇରାଣ କରୁଛି ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି l ଏଭଳି ସମସ୍ୟାକୁ ନେଇ  ପୁରୁଣା କଟକ ଖୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀ ରମେଶ ରାଉତଙ୍କୁ ପଚାରିବାରୁ କେନାଲରେ ହୋଇଥିବା କାର୍ଯ୍ୟଟି ଆଗରୁ ହୋଇଛି ସେ ବାବଦରେ ମୁଁ କିଛି କହିପାରିବି ନାହିଁ  ଏବଂ ଚାଷୀ ଙ୍କ ଅଭିଯୋଗ ଆସିଛି ସୋମବାର ଦିନ ଉକ୍ତ କେନାଲ ପରିଦର୍ଶନ ଯାଇ ପଙ୍କ ଉଦ୍ଧାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.