ଟାଙ୍ଗୀ, ୯।୪ : ନିରାକାରପୁର ଷ୍ଟେସନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାସ। ନିଜେ ବାପା ସାଜିଥିଲା ଷଡଯନ୍ତ୍ରକାରୀ । ବାପା ନିଜେ ନିଜର ପୁଅକୁ ଅପହରଣ କରିବା ପରେ ମିଛ ନାଟକ କରୁଥିଲା । ଶେଷରେ ସବୁ ସତ ଜଣାପଡିବା ପରେ ମିଛ ନାଟକ ଉପରୁ ପରଦା ହଟିଥିଲା। ଶିଶୁ ପୁତ୍ରର ବାପା ପ୍ରଶାନ୍ତ କୁମାର ପ୍ରଧାନ ହିଁ ଅପହରଣ କରିବା ପରେ ବିଳମ୍ବିତ ରାତିରେ ନିଜର ପ୍ରଥମ ସ୍ତ୍ରୀକୁ ଶିଶୁ ପୁତ୍ରକୁ ଦେଇଥିଲ। ଶିଶୁ ପୁତ୍ରର ବାପାଙ୍କ ପୈତୃକ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗାଁରୁ ବିଳମ୍ବିତ ରାତିରେ ଅପହୃତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି ।ରେଳବାଇ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନରୁ ଶିଶୁ ପୁତ୍ର ଚୋରି ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରରେ ବାପା-ମା' କୋଳରେ ଥିଲା ୪ ମାସର ଶିଶୁ ପୁତ୍ର । ରେଳ ଷ୍ଟେସନର ପ୍ଲାଟଫର୍ମରୁ ବାପା-ମା' ଓ ଶିଶୁ ପୁତ୍ର ଶୟନରତ ଥିବା ବେଳେ କେହି ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ନିରାକାରପୁର ରେଳବାଇ ଫାଣ୍ଡି ରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ନେଇ ରେଳବାଇ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା ।