ଝାରପୋଖରିଆ, ୧୪।୦୬ :  ପୁଅର ମରଣାନ୍ତକ ଆକ୍ରମଣରେ ବାପାର ଜୀବନ ଗଲା। ଝାରପୋଖରିଆ ଥାନା ଅନ୍ତର୍ଗତ ଦିଗାରିଶୋଳ ଗ୍ରାମରେ ଏପରି ଘଟଣା  ଘଟିଛି।  ମୃତକ ଜଣକ ହେଲେ ଜଟିଆ ମୁଣ୍ଡା ।

ଝାରପୋଖରିଆ ଥାନା ଅନ୍ତର୍ଗତ ଦିଗାରିଶୋଳ ଗ୍ରାମର ଜଟିଆ ମୁଣ୍ଡାଙ୍କୁ ଗୁରୁବାର ଦିନ ସକାଳେ ତାଙ୍କ ବଡପୁଅ ଚନ୍ଦନ ମୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ଜଟିଆ ଗୁରୁତର ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ଜଟିଆଙ୍କ ଶନିବାର ମୃତ୍ୟୁ ଘଟିଛି।  ସାନ ପୁଅ ସାଗର ମୁଣ୍ଡାର ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଚନ୍ଦନଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି ।