ଭୁବନେଶ୍ବର, ୨୩।୧୨ : ଭୁବନେଶ୍ବର ସତ୍ୟନଗରରେ ଭୟାବହ ଅଗ୍ନିକାଣ୍ଡ। ପ୍ରେସର କୁକର ଗୋଦାମରେ ଲାଗିଛି ନିଆଁ। ଖବର ପାଇଁ ଅଗ୍ନିଶମ ବାହିନର ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ୫ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏପରିକି ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ରୋବଟ ବ୍ୟବହାର କରିଛନ୍ତି। ବହୁ ପ୍ରେସର କୁକର ଓ ଗୋଦାମରେ ଥିବା ଇଲେକ୍ଟ୍ରିକ୍ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇ ଯାଇଛି। ତେବେ କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡିଛି। ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଛି।