ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ରାସନ ଦୋକାନୀ ଓ ଗ୍ରାହକଙ୍କୁ ଗୁଳିମାଡ଼, ଦୁଇ ଗୁରୁତର

Published By : Ladu Kishor | May 16, 2025 11:33 PM

ରାଉରକେଲା ୧୬/୦୫ : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ଗାଁର ରାସନ ଦୋକାନୀ ଶିବ ଶଙ୍କର ସାହୁ ଓ ତାଙ୍କ ଦୋକାନରେ ଛିଡା ହୋଇଥିବା ଜଣେ ଗ୍ରହକଙ୍କୁ ହୋଇଛି ଗୁଳିମାଡ଼। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ଏକ ଘରୋଇ ହସ୍ପିଟାଲରେ ଉଭୟଙ୍କୁ ଭର୍ତି କରାଯାଇଛି। 

ସୂଚନା ଅନୁସାରେ, ଶିବ ଶଙ୍କର ଆଜି ସନ୍ଧ୍ୟାରେ ଦୋକାନରେ ଥିବା ସମୟରେ ଦୁଇ ମୁଖାଧାରୀ ଯୁବକ ଦୋକାନକୁ ଆସିଥିଲେ । ଶିବ ଶଙ୍କରଙ୍କୁ ହିନ୍ଦୀ ଭାଷାରେ ଟଙ୍କା ମାଗିଥିଲେ । ଟଙ୍କା ନାହିଁ କହିବାରୁ ପ୍ରଥମେ ଦୁଇ ରାଉଣ୍ଡ ବ୍ଲାଙ୍କ ଫାଇରିଂ କରିଥିଲେ । ପରେ ଶିବ ଶଙ୍କର ଓ ଗ୍ରାହକଙ୍କ ଉପରକୁ ତିନି ରାଉଣ୍ଡ ଫାଇରିଂ କରିବାରୁ ଗୋଟିଏ ଗୁଳି ଶିବ ଶଙ୍କରଙ୍କ ଛାତିରେ ଓ ଆଉ ଗୋଟିଏ ଗ୍ରାହକଙ୍କ ଗୋଡ଼ରେ ବାଜିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁହେଁ ତଳେ ପଡିଯିବା ପରେ ଦୁଇ ଦୁର୍ବୁତ୍ତ ବାଇକ ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଚାନ୍ଦିପୋଷ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.