ନୂଆଦିଲ୍ଲୀ,୨୯/୦୪: ସୁଧୁରିବନି ପାକିସ୍ତାନ । ସୀମାରେ ଅମାନିଆ ହୋଇ ମନ୍‌ମାନି ଚଲାଇଛି ପାକ୍ ସେନା । ପହଲଗାମ ଆତଙ୍କୀ ଆକ୍ରମଣ ପରଠୁ ସୀମାରେ ଉତ୍ତେଜନା ଲାଗି ରହିଛି । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ଗୁଳିମାଡ କରୁଛି । ଆଜି ବି ବିଭିନ୍ନ ସ୍ଥାନରେ ପାକ୍ ସେନା ଫାୟାରିଂ କରିଛି । ଲଗାତାର ୬ ଦିନ ହେବ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । କୁପୱାଡ଼ା, ବାରମୁଲ୍ଲା ଏବଂ ଅଖନୁର ସେକ୍ଟରରେ ଗୁଳି ବିନିମୟ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା ।

ଭୟଙ୍କର ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା । ଲଗାତାର  ୫ଥର ପାକ୍ ସେନା ଏଲଓସିରେ ଗୁଳିମାଡ କରିଛି । ଗତକାଲି (ସୋମବାର) ରାତିରୁ ଏଲଓସିରେ ଫାୟାରିଂ କରିଛି । ଏହାପୂର୍ବରୁ ୪ଥର ଗୁଳିମାଡ କରିଥିଲା ପାକିସ୍ତାନ ସେନା । ଆଜି ବି କୁପୱାଡ଼ା, ବାରମୁଲ୍ଲା ଏବଂ ଅଖନୁର ସେକ୍ଟରରେ ଗୁଳି ବିନିମୟ ଜାରି ରହିଛି । ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ଏବେ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନଥିବା ଜଣେ ଅଧିକାରୀଙ୍କ କହିଛନ୍ତି । ଏଲଓସିରେ ଲଗାତାର ଗୁଳିମାଡ କରି ଉସକାଉଛି ପାକିସ୍ତାନ ସେନା ।

ଅଧିକ ପଢନ୍ତୁ...Pahalgam Attack; ଲଗାତାର ୪ ଥର ପାକ୍‌ର ଅସ୍ତ୍ରବିରତି ଉଲ୍ଲଘଂନ, LoCରେ ଫାୟାରିଂ

କହି ରଖୁଛି କି, ଗତ ୨୨ ତାରିଖରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀରର ପହଲଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ ୨୭ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଭାରତ ହାଇ ଆଲର୍ଟରେ ରହିଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତି କରୁଛି ଭାରତ । କୌଣସି ବି ମୂହୂର୍ତ୍ତରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ । ସେପଟେ କେନ୍ଦ୍ର ସରକାର ଘନ ଘନ ବୈଠକ କରୁଛନ୍ତି । ଗତକାଲି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ୪୦ ମିନିଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ କିଛି ବଡ଼ ଯୋଜନା ହୋଇଥିବା ଅନୁମାନ କରାଯାଉଛି ।