ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଏଫ୍‌ଏମ୍‌ କଲେଜ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

Published By : Prameya | July 27, 2025 8:11 AM

ବାଲେଶ୍ୱର/ରେମୁଣା,୨୭/୦୭: ପୁଣି ଚର୍ଚ୍ଚାର  ପରିସରକୁ ଆସିଛି ବାଲେଶ୍ୱର ଜିଲ୍ଲାର ଏଫ୍‌ ଏମ୍‌ କଲେଜ ।  ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା ଶାନ୍ତ ନପଡ଼ୁଣୁ ଉକ୍ତ କଲେଜ  କ୍ୟାମ୍ପସ ପରିସରରେ ରହୁଥିବା ଜଣେ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା  ଅଭିଯୋଗ ଆସିଛି । ଅଭିଯୁକ୍ତ  ନୀଳଗିରି ବ୍ଲକ୍‌ ମର୍ଦ୍ଦରାଜପୁର  ଅଞ୍ଚଳର ଶଙ୍କର ଓରଫ  ହରିହର ପାତ୍ର(୨୧) । ଏହି  ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୁଲିସ ଶଙ୍କରକୁ ଗିରଫ କରିଛି । 

ସୂଚନା ମୁତାବକ, ଏଫ୍‌ ଏମ୍‌ କଲେଜ କ୍ୟାମ୍ପସ ଭିତରେ  ସପରିବାର ରହୁଛନ୍ତି ଜଣେ ପ୍ରାଧ୍ୟାପକ । ଶନିବାର ଅପରାହ୍ଣରେ ପ୍ରାଧ୍ୟାପକ  ଜଣକ ଘରେ ନ ଥିଲେ । ଏହାର  ସୁଯୋଗ ନେଇ ଶଙ୍କର ତାଙ୍କ ଘରକୁ  ଯାଇଥିଲା । ଗ୍ୟାସ୍‌ ଡେଲିଭରୀ ବୟ  ବୋଲି ନିଜକୁ ପରିଚୟ ଦେଇ ଘର ଭିତରକୁ ପଶିବା ସହ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ।  ମହିଳାଙ୍କ ଚିତ୍କାର ଶୁଣି ଅନ୍ୟମାନେ  ଆସିବା ଭୟରେ ଶଙ୍କର ସେଠାରୁ  ପଳାଇଯାଇଥିଲା । ଏନେଇ ପ୍ରାଧ୍ୟାପକ  ରେମୁଣା ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି । ଅଭିଯୋଗ କ୍ରମେ କେସ  ନଂ ୧୩୧/୨୫ରେ ମାମଲା ରୁଜୁ କରି  ପୁଲିସ ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.