ଭୁବନେଶ୍ୱର,୩୦/୦୯: ହାତୀଙ୍କ ପାଇଁ ଘର କରିବେ ସରକାର । ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘ କାଳୀନ ଯୋଜନା ।ଜଙ୍ଗଲ ଭିତରେ ହାତୀ ପାଇଁ ହେବ ଚାଷ । ପଣସ, ଆମ୍ବ, ବାଉଁଶ ଆଦି ହାତୀଙ୍କ ପାଇଁ ଲାଗିବ। ଯିବ ଜନ୍ତୁଙ୍କ ଭିତରେ ବି ଗରିବ ଅଛନ୍ତି । ଓଡ଼ିଶାରେ ୨୧୦୦ ରୁ ଉର୍ଦ୍ଧ ହାତୀ ଅଛନ୍ତି । ସେ ଭିତରୁ କେତେ ହାତୀଙ୍କ ଘର ନାହିଁ । ହାତୀଙ୍କ ପାଇଁ ଘର କରିବେ ସରକାର। ୪୦୦ ହାତୀଙ୍କ ନାହିଁ ଘର ସେମାନଙ୍କୁ ଘର ଅଭାବ ଯୋଗୁଁ ବୁଲୁଛନ୍ତି। ସେମାନଙ୍କ ପାଇଁ ନାହିଁ ଉଚିତ ପରିବେଶ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏଥିସହ ସେ କହିଛନ୍ତି ମାଇନିଙ୍ଗ,ପ୍ଲାଣ୍ଟ ସହ ବିଭିନ୍ନ କାର୍ଯ୍ୟ ପାଇଁ ହାତୀଙ୍କ ପାଇଁ ଉଚିତ ପରିବେଶ ନାହିଁ । ଏବେ ଜୀବ ଜନ୍ତୁଙ୍କ ସଂଖ୍ୟା ବଢିଛି । ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ହାତୀଙ୍କ ପାଇଁ ଆମ ସରକାର ଘର କରିବା ସହ ସେମାନଙ୍କ ଘର ତିଆରି କରିବ ।