ଚେନ୍ନାଇ, ୫/୬ : ତାମିଲନାଡ଼ୁରେ ନୂଆ ରାଜନୈତିକ ଆନ୍ଦୋଳନ। ବିଜେପିରୁ ଇସ୍ତଫା ଦେବା ପରେ ନୂଆ ଦଳ ଗଡ଼ିବେ ଅନ୍ନାମଲାଇ। ତାମିଲନାଡୁର ପୂର୍ବତନ ବିଜେପି ସଭାପତି କେ. ଅନ୍ନାମଲାଇ ଏନେଇ ସୋସିଆଲ ମିଡିଆ ଏକ୍ସରେ ଘୋଷଣା କରିଛନ୍ତି। ତାଙ୍କର ଭବିଷ୍ୟତର ପ୍ଲାନ୍ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ନେତାଙ୍କ ସହ ମୋ ବିଚାରଧାରା ମିଶୁନି। ଆଗାମୀ ନିର୍ବାଚନ ଲଢିବ ଆମ ଦଳ। ଆଜିଠୁ ଏକ ନୂଆ ରାସ୍ତା, ନୂଆ ଆନ୍ଦୋଳନ ଏବଂ ଏକ ନୂଆ ରାଜନୈତିକ ଯାତ୍ରାର ଆରମ୍ଭ ହେଲା। 

ଅନ୍ନାମଲାଇ କହିଛନ୍ତି ଯେ, ରାଜନୈତିକ ଲକ୍ଷ୍ୟ ଏବେ ପୂର୍ବ ଅପେକ୍ଷା ବହୁତ ବଡ଼ ହୋଇଯାଇଛି। ଲୋକଙ୍କୁ ସାଥୀରେ ନେଇ ଆଗକୁ ବଢିବାକୁ ହେବ। ବିଜେପିରେ ଥିବା ସମୟରେ ସେ କେବେ ତାମିଲନାଡ଼ୁର ପରିଚୟ, ସଂସ୍କୃତି ଏବଂ ରାଜ୍ୟର ଜଳ ଅଧିକାର ଭଳି ପ୍ରସଙ୍ଗରେ ସାଲିସ୍ କରିନାହାଁନ୍ତି। ବହୁତ ଭାବିଚିନ୍ତି ବିଜେପି ଛାଡ଼ିବା ନିଷ୍ପତ୍ତି ନେଇଛି। ତାମିଲନାଡ଼ୁରେ ଏବେ ନୂଆ ରାଜନୀତି ଆରମ୍ଭ ହେବ। ସେ କହିଛନ୍ତି ଯେ, ମୁଁ ଜଣେ ବିଜେପି କର୍ମୀ ନା ତାମିଲିଆନ୍ ବୋଲି ସବୁବେଳେ ମୋ ମନରେ ଦ୍ଵନ୍ଦ୍ଵ ରହୁଥିଲା। ଗତବର୍ଷ ବିଜେପି ଛାଡ଼ିବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲେ। ଗତ ଡିସେମ୍ଵର ୪ ତାରିଖରେ ଏନେଇ ପାର୍ଟିକୁ ଅବଗତ କରିଥିଲି। ହେଲେ ଆଗାମୀ ନିର୍ବାଚନ ଯାଏଁ ଅପେକ୍ଷା କରିବାକୁ ମୋତେ ଦଳ କହିଥିଲା। 

ଆହୁରି ପଢନ୍ତୁବିଜେପିରୁ ଇସ୍ତଫା ଦେଲେ ଅନ୍ନାମଲାଇ; ତ୍ୟାଗପତ୍ର ଗ୍ରହଣ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ସୂଚନା ଥାଉକି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କେ. ଅନ୍ନାମଲାଇଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ଅନ୍ନାମଲାଇ ଗତ କିଛି ମାସ ଧରି ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ। ତଥାପି, ତାଙ୍କର ବିଦାୟ ଅତ୍ୟନ୍ତ ସମ୍ମାନଜନକ ଥିଲା। ସାଧାରଣତଃ, ଏହି ସ୍ତରର ନେତା ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କିମ୍ବା ଚିଠି ଲେଖି ଦଳ ଛାଡ଼ିଥାନ୍ତି। ତଥାପି, ଅନ୍ନାମଲାଇ ଦଳ ଛାଡ଼ିବା ପୂର୍ବରୁ ଦିଲ୍ଲୀ ଗସ୍ତ କରିଥିଲେ ଏବଂ ସେଠାରେ ସେ ଅମିତ ଶାହ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକ ସମୟରେ, ତାଙ୍କ ଇସ୍ତଫାର କାରଣ ବିଷୟରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ, ସେ ଆନୁଷ୍ଠାନିକ ଭାବରେ ବିଜେପି ଛାଡ଼ିଛନ୍ତି। ଦଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛି।

ଯୌତୁକ ନିର୍ଯାତନାର କାହାଣୀ, ଶୁଣିଲେ ଆଖିରୁ ଆସିଯିବ ଲୁହ...