ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

କର୍ଲାମୁଣ୍ଡା ବ୍ଲକ ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷ୍ୟା ସୂର୍ଯ୍ୟକାନ୍ତି ପାତ୍ରଙ୍କ ପରଲୋକ

Published By : Ankita S | June 21, 2025 1:03 PM

କଳାହାଣ୍ଡି,୨୧/୦୬: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ବ୍ଲକ ଉପାଧ୍ୟକ୍ଷ୍ୟା ସୂର୍ଯ୍ୟକାନ୍ତି ପାତ୍ରଙ୍କ ପରଲୋକ ହୋଇଛି । ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୂର୍ଯ୍ୟକାନ୍ତି । ସେ କିଛି ମାସ ହେଲା ଅସୁସ୍ଥ ଥିଲେ । ଏହି ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶନିବାର ସକାଳେ ଗାଁ ଶ୍ମଶାନରେ ପରିଜନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଏକମାତ୍ର ପୁଆ ବିଶ୍ୱ ଦୀପକ ପାତ୍ର ମୁଖାଗ୍ନୀ ଦେଇଥିଲେ ।

ସୂର୍ଯ୍ୟକାନ୍ତି ପାତ୍ର ରିଷିଡାର ଅବସର ପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ରଙ୍କ ଧର୍ମ ପତ୍ନୀ । ସେ ୧୯୯୨ ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବ୍ଲକ ଉପାଧ୍ୟକ୍ଷ୍ୟା ରହିଥିଲେ । ତତ୍‌କାଳୀନ  ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ  ପ୍ରିୟ ଭାଜନ ହୋଇଥିଲେ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଜେ ତାଙ୍କ ଘରକୁ ଆସିଥିଲେ । ଏହା ବ୍ୟତୀତ ଜିଲ୍ଲା ଭିଜିଲାନ୍ସ ସେଲ ସଦସ୍ୟ, ବିଜେଡ଼ି ଦଳର ବିଭିନ୍ନ ପଦ ପଦବୀରେ ରହିବା ସହ ଅନେକ ଶିକ୍ଷା ଅନୁଷ୍ଠାନ ସହିତ ଜଡିତ ଥିଲେ ସୂର୍ଯ୍ୟକାନ୍ତି ।

ଜଣେ ସ୍ପଟ୍ଟବାଦୀ, ନିର୍ଭୀକ ନେତ୍ରୀ ଭାବେ ପରିଚିତ ଥିଲେ ସୂର୍ଯ୍ୟକାନ୍ତି । ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ସେଲଟ୍ୟାକ୍ସ କମିଶନର ଲଷ୍ମୀକାନ୍ତ ସାହୁ, ବରିଷ୍ଠ କଂଗ୍ରେସ ନେତା ବାବୁଲି ମଣ୍ଡଳଙ୍କ ସମେତ କର୍ଲାମୁଣ୍ଡା ପ୍ରେସ କ୍ଲବ, ଋଷିଡା ରାମକୃଷ୍ଣ ସାଂସ୍କୃତିକ ସଂସଦ, ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.