ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ,ଉଦଘାଟନ

Published By : Suraj Kumar | May 14, 2025 7:37 PM

ହରଭଙ୍ଗା, ୧୪।୫ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବୁଧବାର ଗ୍ରାମ୍ୟ ଉନ୍ନୟନ ବିଭାଗର ୧୯୪୮.୦୨ ଲକ୍ଷ ଟଙ୍କାର ତିନି ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି l  ଏହି ତିନିଗୋଟି ପ୍ରକଳ୍ପ ହରଭଙ୍ଗା ବ୍ଲକରେ କରାଯିବ। ଗ୍ରାମାଞ୍ଚଳର ବିକାଶକୁ ଯୋଡିବ ଏହି ସବୁ ପ୍ରକଳ୍ପ ବୋଲି ବିଧାୟକ କହିଥିଲେ l 

ପ୍ରଥମେ ତିଲେଶ୍ୱର ଠାରୁ ଶ୍ୟାମସୁନ୍ଦର ପୁର ଜଗନାଥ ସଡ଼କକୁ ସଂଯୋଗ କରିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ୯୯୨.୧୯ ଲକ୍ଷ ଟଙ୍କାର ରାସ୍ତା,  ୬୭୬.୩୩ ଲକ୍ଷ ଟଙ୍କାରେ  ପୂର୍ତ୍ତ ବିଭାଗ ରାସ୍ତାରୁ ସଂଯୋଗ କରୁଥିବା ଧୁଣ୍ଡିଆ ମୁଣ୍ଡା ଭାୟା ଡ଼ିମିରି ଖୋଲା ରାସ୍ତାର ଉନ୍ନତି କରଣ ପାଇଁ  ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l 

ପୂର୍ତ୍ତ ବିଭାଗ ରାସ୍ତା ଠାରୁ କୁଶାସିଙ୍ଗା ଗ୍ରାମ୍ୟ ଉନ୍ନୟନ ସଡକ  ୨୭୯.୫୨ ଲକ୍ଷ ଟଙ୍କା ଅନୁଦାନ ଥିବା ରାସ୍ତାର ଉଦ୍ଘାଟନ କରିଥିଲେ l ଏହି ସମସ୍ତ ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ ରେ ମୁଖ୍ୟ ସଚେତକଙ୍କ ସମେତ ବୌଦ୍ଧ ଗ୍ରାମ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର କାମେଶ୍ୱର ବେହେରା , ସହକାରୀ ଯନ୍ତ୍ରୀ ବିଦ୍ୟାଧର ମହାନ୍ତି , ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାଁହୁ ଚରଣ ନାଥ, ସାଂସଦ ପ୍ରତିନିଧି ରବି ପ୍ରଧାନ, ସରପଞ୍ଚ ଝୁନୁ ବେହେରା,ବିନୋଦିନୀ ପ୍ରଧାନ, ଜିତେନ୍ଦ୍ର ବେହେରା, ସମିତି ସଭ୍ୟା କମଳିନୀ ବଘାର, ସାବିତ୍ରୀ ବେହେରା ଙ୍କ ସମେତ ଅନ୍ୟ  ଅଧିକାରୀ ଉପସ୍ଥିତ ରହିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.