ପୁରୀ,୨୬/୩ : ସମୁଦ୍ର ଗର୍ଭରୁ ବଞ୍ଚିଲା ଚାରି ଜୀବନ। ପୁଣି ପୁରୀ ସମୁଦ୍ରରେ ଘଟିଛି ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବାବେଳେ ବୁଡ଼ିଗଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୭, ସେକ୍ଟର ୮ ଏବଂ ସେକ୍ଟର ୧୩ରେ ସ୍ନାନ କରୁଥିବା ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ସୁକଦେବ ପଲ୍, କେଶବ ବାଗ୍ ଏବଂ ଖୋର୍ଦ୍ଧା ଜିଲ୍ଲାର ଶାନ୍ତନୁ କୁମାର ସାହୁ, ଆୟୁଷ୍ମାନ ସୁବୁଦ୍ଧି।

ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଲାଇଫ ଗାର୍ଡମାନେ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବାବେଳେ ଏ ଦିଗରେ ପର୍ଯ୍ୟଟକ ସଚେତନ ହେବା ସହ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବ୍ୟାପକ ସଚେତନତା ଏବଂ ସମୁଦ୍ର କୂଳରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି।