ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫ୍ରେଞ୍ଚ ଓପନ ୨୦୨୪: କଲିନ୍ସଙ୍କ ଅଭିଯାନ ଶେଷ, ଜୋକୋଭିକ, ଭେରେଭ, ସାବାଲେଙ୍କା ଏବଂ ରିବାକିନାଙ୍କ ବିଜୟ ଜାରି

ପ୍ୟାରିସ୍‌, ୩୧/୦୫: ଚଳିତ ଫ୍ରେଞ୍ଚ ଓପନର ପଞ୍ଚମ ଦିବସରେ ତାରକା ଖେଳାଳିମାନଙ୍କ  ଆଧିପତ୍ୟ ଜାରି ରହିଛି । ଟପ ସିଡ୍‌ ନୋଭାକ ଜୋକୋଭିକ୍‌ଙ୍କ ସମେତ ଆଲେଜାଣ୍ଡର ଭେରେଭ, ଡାନିଲ ମେଡଭେଡେଭ, ହ୍ୟୁବର୍ଟ ହର୍କାଜ, ଅର୍ନ୍ୟା  ସାବାଲେଙ୍କା, ଏଲିନା ରିବାକିନା ପ୍ରମୁଖ ବିଜୟ ଜାରି ରଖି ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।  

ଜୋକୋଭିକ୍‌ ଦ୍ୱିତୀୟ ରାଉଣ୍ଡ୍‌ରେ ସ୍ପେନ୍‌ର ରୋବୋର୍ଟୋ କାର୍ବାଲିସ ବାଏନାଙ୍କୁ ୨ଘଣ୍ଟା ମଧ୍ୟରେ  ୬-୪, ୬-୧, ୬-୨ ସେଟ୍‌ରେ ହରାଇଥିଲେ । ପଞ୍ଚମ ସିଡ୍‌ ମେଡଭେଡେଭ ଦ୍ୱିତୀୟ ରାଉଣ୍ଡ୍‌ରେ ସର୍ବିୟାର ମିଓମିର କେସମାନୋଭିକଙ୍କୁ ଭେଟିଥିଲେ । ରୋଲାଣ୍ଡ ଗ୍ୟାରସରେ ଏହା ଜୋକୋଭିକଙ୍କର ୯୪ତମ ମ୍ୟାଚ୍‌  ବିଜୟ ରହିଥିଲା । ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ  ୧୯ଥର ପାଇଁ ଫ୍ରେଞ୍ଚ ଓପନ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । ୧୪ଥର ଚାମ୍ପିଅନ୍‌ ରାଫେଲ  ନାଦାଲ ୧୮ଥର ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ  କରିଛନ୍ତି । ଏହି ମ୍ୟାଚ୍‌ରେ ମେଡଭେଡେଭ ୬-୧,  ୫-୦ ସେଟ୍‌ରେ ଆଗୁଆ ରହିଥିଲେ । କେସମାନୋଭିକ  ଆହତ ହୋଇ ଓହରି ଯିବାରୁ ମେଡଭେଡେଭ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।  ପ୍ରଥମ ରାଉଣ୍ଡ୍‌ରେ ରାଫେଲ ନାଦାଲଙ୍କୁ  ହରାଇଥିବା ଆଲେକଜାଣ୍ଡର ଭେରେଭ ଦ୍ୱିତୀୟ ରାଉଣ୍ଡ୍‌ରେ ଡେଭିଡ୍‌ ଗଫିନଙ୍କୁ  ୭-୬(୭-୪), ୬-୨, ୬-୨ ସେଟ୍‌ରେ ପରାସ୍ତ  କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ଭେରେଭଙ୍କୁ  ୨ଘଣ୍ଟା ୨୩ ମିନିଟ ଲାଗିଥିଲା । ସେହିପରି ଅଷ୍ଟମ  ସିଡ୍‌ ହର୍କାଗ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ  ବର୍ଣ୍ଣାଡ ନାକାସିମାଙ୍କୁ ୬-୭(୨-୭), ୬-୧, ୬-୩,  ୭-୬(୭-୫) ସେଟ୍‌ରେ ପରାସ୍ତ କରିଥିବାବେଳେ  ଦଶମ ସିଡ୍‌ ଗିଗୋର ଦିମିତ୍ରୋଭ ୬-୦, ୬-୩, ୬-୪  ସେଟ୍‌ରେ ଫାବିଆନ ମାରୋସାନଙ୍କୁ ହରାଇଥିଲେ ।  

ଦ୍ୱିତୀୟ ରାଉଣ୍ଡ୍‌ର ଅନ୍ୟ ମୁକାବିଲାରେ ୨୧ତମ  ସିଡ୍‌ ଫେଲିକ୍ସ ଅଗର ଆଲିଆସେମ ୨ଘଣ୍ଟା ୩୬ମିନିଟ୍‌  ଲଢେଇ କରି ଜର୍ମାନୀର ହେନରୀ ସ୍କୋୟରଙ୍କୁ ୬-୪,  ୪-୬, ୬-୩, ୬-୨ ସେଟ୍‌ରେ ହରାଇଥିଲେ । ୨୦୨୨  ମସିହାରୁ ଇତି ମଧ୍ୟରେ ସାବାଲେଙ୍କା ୬୦ଟି ମ୍ୟାଚ୍‌ ଜିତିସାରିଛନ୍ତି । ମହିଳା ସିଙ୍ଗଲ୍ସରେ କେବଳ ଇଗା  ସ୍ୱିଟେକ ତାଙ୍କ ଠାରୁ ୭ଟି ମ୍ୟାଚ୍‌ ଅଧିକ ଜିତିଛନ୍ତି ।  ସେହିପରି ଡେନିସ ସାପୋଭାଲୋଭ ୩ଘଣ୍ଟା ୧୮ମିନିଟ୍‌ର  ସଂଘର୍ଷ ପରେ ୨୫ତମ ସିଡ୍‌ ଫ୍ରାନ୍‌ସିସ ଟିଆଫଏଙ୍କୁ  ୬-୭(୪-୭), ୬-୪, ୬-୨, ୬-୪ ସେଟ୍‌ରେ  ହରାଇ ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଥିଲେ ।  ୨୭ତମ ସିଡ୍‌ ସେବାଷ୍ଟିଆନ କୋର୍ଡା ୬-୪, ୬-୪,  ୧-୬, ୬-୩ ସେଟ୍‌ରେ ସୁନ୍‌ ଉ କୋନଙ୍କୁ ହରାଇଥିଲେ ।  

ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ଦ୍ୱିତୀୟ ସିଡ୍‌  ସାବାଲେଙ୍କା ୬-୨,୬-୨ ସେଟ୍‌ରେ ଜାପାନର ମୋୟୁକା  ଉଚିଜିମାଙ୍କୁ ହରାଇଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ  ସାବାଲେଙ୍କାଙ୍କୁ ୬୨ମିନିଟ୍‌ ଲାଗିଥିଲା । ସେହିପରି  ରିବାକିନା ୬୭ମିନିଟ୍‌ ମଧ୍ୟରେ ଆରାଞ୍ଜା ରସ୍‌ଙ୍କୁ ୬-୩, ୬-୪ ସେଟ୍‌ରେ ପରାସ୍ତ କରିଥିଲେ । ପଞ୍ଚମ  ସିଡ୍‌ ମର୍କେଟା ଭଣ୍ଡ୍ରୁସୋଭଗା ୦-୬, ୬-୧,  ୬-୪ ସେଟ୍‌ରେ କାଟି ଭଲିନେଟ୍ସଙ୍କୁ ପରାସ୍ତ  କରି ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।  

ଅନ୍ୟ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ  ଯଥାକ୍ରମେ ୧୫ତମ ସିଡ୍‌ ଏଲିନା ସ୍ୱିତୋଲିନା  ୬-୪, ୭-୬(୭-୩) ସେଟ୍‌ରେ ଡାଏନା ପେରୀଙ୍କୁ ପରାସ୍ତ କରିଥିବାବେଳେ ୧୪ତମ ସିଡ୍‌ ମାଡିସନ କିଜ୍‌  ୬-୦, ୭-୬(୯-୭) ସେଟ୍‌ରେ ମାୟର ସେରିଫଙ୍କୁ  ହରାଇଥିଲେ । ଲେଢଲା ଫର୍ଣ୍ଣାଣ୍ଡେଜ ୬-୩, ୬-୪  ସେଟ୍‌ରେ ଜିୟୁ ୱାଙ୍ଗୁଙ୍କୁ, ପାଓଲା ବଡୋଶା ୪-୬,  ୬-୧, ୭-୫ ସେଟ୍‌ରେ ୟୁଲିୟା ପୁଟିନସେଭାଙ୍କୁ,  ଡୋନା ଭେକିକ ୭-୬, ୬-୪ ସେଟ୍‌ରେ ୧୮ତମ ସିଡ୍‌  ମାର୍କା କୋତ୍ସ୍ୟୁକଙ୍କୁ ହରାଇଥିଲେ । ସର୍ବିୟାର ଓଲଗା  ଡାନିଲୋଭିକ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୧ତମ  ସିଡ୍‌ ଡାନିଏଲା କଲିନ୍ସଙ୍କୁ ୬-୭(୩-୭), ୭-୫,  ୬-୪ ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.