ପ୍ୟାରିସ୍, ୨୭/୦୫: ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍ର ଦ୍ୱିତୀୟ ଦିବସରେ ଛୋଟ ମୋଟ ବିପର୍ଯ୍ୟୟ ଘଟିଥିଲେ ହେଁ ତାରକା ଖେଳାଳିମାନେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଦୁଇ ସିଙ୍ଗଲ୍ସ ଡିଫେଣ୍ଡିଂ ଚାମ୍ପିଅନ୍ ଇଗା ସ୍ୱିଟେକ ଓ କାର୍ଲୋସ ଅଲକାରାଜ ସିଧା ସଳଖ ବିଜୟ ହାସଲ କରିଥିବାବେଳେ ପୂର୍ବତନ ଚାମ୍ପିଅନ୍ ଷ୍ଟାନିସ୍ଲାସ ୱାରିଙ୍କା, ଚତୁର୍ଥ ସିଡ୍ ଟେଲର ଫ୍ରିଜ, ମହିଳା ନବମ ସିଡ୍ ଏମା ନାଭାରୋ, ନାଓମି ଓସାକା ପ୍ରମୁଖ ପରାଜିତ ହୋଇ ବିଦାୟ ନେଇଛନ୍ତି ।
ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ରେ ପଞ୍ଚମ ସିଡ୍ ସ୍ୱିଟେକ୍ ୬-୩, ୬-୪ ସେଟ୍ରେ ରେବେକା ସ୍ରମକୋଭାଙ୍କୁ ହରାଇଥିଲେ । ଏହି ମ୍ୟାଚ ଜିତିବା ପାଇଁ ସ୍ୱିଟେକଙ୍କୁ ୧ଘଣ୍ଟା ୨୪ମିନିଟ୍ ଲାଗିଥିଲା । ସେହିପରି ଦଶମ ସିଡ୍ ବଡ଼ୋଶା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଓସାକାଙ୍କୁ ୬-୭(୧- ୭), ୬-୧, ୬-୪ ସେଟ୍ରେ ହରାଇଥିଲେ । ଦ୍ୱାଦଶ ସିଡ୍ ଏଲିନା ରିବାକିନାଙ୍କୁ ମଧ୍ୟ ପ୍ରଥମ ରାଉଣ୍ଡ୍ରେ ସଂଘର୍ଷ କରିବାକୁ ପଡ଼ିଥିଲା । ସେ ୬-୧, ୪-୬, ୬-୪ ସେଟ୍ରେ ଜୁଲିଆ ରିଏରାଙ୍କୁ ହରାଇଥିଲେ ।
ନାଭାରୋ ୦-୬, ୧-୬ ସେଟ୍ରେ ଜେସିକା ବୌଜାସ ମାନେରୋଙ୍କ ଠାରୁ ପରଜିତ ହୋଇ ବିଦାୟ ନେଇଥିଲେ । ଏମା ରାଡୁକାନୁ ୭-୫, ୪-୬, ୬-୩ ସେଟ୍ରେ ଜିନୟୁ ୱାଙ୍ଗଙ୍କୁ, ଡାନିଏଲା କଲିନ୍ସ ୭-୬(୭-୧), ୬-୪ ସେଟ୍ରେ ଜୋଡ଼ି ବ୍ୟୁରେଜଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ ।
ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ରେ ଦ୍ୱିତୀୟ ସିଡ୍ ଅଲ୍କାରାଜ ୬-୩, ୬-୪, ୬-୨ ସେଟ୍ରେ ଗ୍ୟୁଲିଓ ଜାପେରିଙ୍କୁ ପରାସ୍ତ କରିଥିଲେ। ସପ୍ତମ ସିଡ୍ କାସ୍ପର ରୁଡ୍ ୬-୩, ୬-୪, ୬-୨ ସେଟ୍ରେ ଆଲବର୍ଟ ରାମୋସ-ଭିନୋଲାସଙ୍କୁ ପରାସ୍ତ କରିଥିବାବେଳେ ଫ୍ରିଜ ୫-୭, ୬-୩, ୩-୬, ୧-୬ ସେଟ୍ରେ ଡାନିଏଲ ଅଲ୍ଟମେରଙ୍କ ଠାରୁ ପରାଜିତ ହୋଇ ବିଦାୟ ନେଇଥିଲେ ।
ଦଶମ ସିଡ୍ ହୋଲଗର ରୁନେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୬-୭(୪-୭), ୬-୪, ୬-୩, ୬-୨ ସେଟ୍ରେ ରୋବେର୍ଟୋ ବୌତିସ୍ତା ଅଗୁଟଙ୍କୁ ପରାସ୍ତ କରିଥିବାବେଳେ ଷ୍ଟିଫାନସ ସିସିପାସ୍ ୭-୫, ୬-୩, ୬-୪ ସେଟ୍ରେ ଥୋମାସ ଏଚେଭେରୀଙ୍କୁ ହରାଇଥିଲେ । ଭେଟେରାନ ୱାରିଙ୍କା ୬-୭(୬-୮), ୩-୬, ୨-୬ ସେଟ୍ରେ ଜାକବ ଫିୟର୍ଣ୍ଣଲିଙ୍କ ଠାରୁ ପରାଜିତ ହୋଇଥିଲେ ।