ନୂଆଦିଲ୍ଲୀ,୪।୭: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଖାଦ୍ୟ ଏବଂ ପାନୀୟ ଇଣ୍ଡଷ୍ଟ୍ରୀ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯାହାଫଳରେ ମାର୍କେଟରେ ଉତ୍ତେଜନା ସୃଷ୍ଟି ହୋଇଛି। FSSAI ଗତ କିଛି ଦିନରେ ମୋଟ ୧୪ କମ୍ପାନୀକୁ ନୋଟିସ୍ ଜାରି କରିଥିଲା। ଏଥିରେ ଏଭଳି ୮ କମ୍ପାନୀ ଥିଲା, ଯାହାକି ନିଜର ଫୁଡ୍ ପ୍ରଡକ୍ଟ ନାମରେ ବିଜ୍ଞାପନରେ ଭ୍ରମାତ୍ମକ ଦାବି କରୁଥିଲା। ସେଭଳି ୬ଟି ବଡ ବ୍ରାଣ୍ଡ ଥିଲା, ଯାହାକି ଏନର୍ଜି ଡ୍ରିଙ୍କର ନାଁରେ ଗ୍ରାହକଙ୍କୁ ଭୁଲ ସୂଚନା ଦେଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ସେହି କଥାର ସଙ୍କେତ ଯେ, ରେଗୁଲେଟର ଏବେ ଫୁଡ୍ ସେଫଟି ଓ ବିଜ୍ଞାପନରେ ପାରଦର୍ଶିତାକୁ ନେଇ କୌଣସି ପ୍ରକାର ବୁଝାମଣା କରିବା ମୁଡ୍ରେ ନାହିଁ। ଏହି କାର୍ଯ୍ୟାନୁଷ୍ଠାନ ପରେ ଭାରତରେ ପପୁଲାର ଏନର୍ଜି ଡ୍ରିଙ୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆସନ୍ତୁ ଆମେ ଆପଣଙ୍କୁ କହିବା ଭାରତ ଓ ଗ୍ଳୋବାଲ ମାର୍କେଟରେ ଏନର୍ଜିଂ ଡ୍ରିଙ୍କର କାରବାର କେତେର ରହିଛି ? ଏହା ସହ ଜାଣିବା FSSAIର ସେହି ନିୟମ କ’ଣ, ଯାହା ଫୁଡ୍ କମ୍ପାନୀକୁ ମାନିବା ଜରୁରୀ।
ଭାରତରେ ଏନର୍ଜି ଡ୍ରିଙ୍କର ବଜାର ଗତ ଏକ ଦଶକ ହେବ ଦୃତ ଗତିରେ ବଢିବାରେ ଲାଗିଛି। ଆଜିର ବ୍ୟସ୍ତମୟ ଦୁନିଆରେ ଯେଉଁଠି ଲୋକ କମ୍ ସମୟରେ ଅଧିକ ଉତ୍ପାଦକତା ଚାହାଁନ୍ତି, ସେଠାରେ ଏନର୍ଜି ଡ୍ରିଙ୍କ ‘କ୍ବିକ୍ ଫିକ୍ସ’ ରୂପରେ ଦେଖାଯାଏ। ମଲ୍ଟି ନ୍ୟାସନାଲ କମ୍ପାନୀରୁ ନେଇ ଦେଶୀ ବ୍ରାଣ୍ଡ ପର୍ଯ୍ୟନ୍ତ ସବୁଠି ଏହାର ଡିମାଣ୍ଡର ଲାଭ ଉଠାଇବାର ପ୍ରତିଯୋଗିତା ରହିଛି। ତେବେ ଏହି କାରବାର କେବଳ ଏନର୍ଜି ଉପରେ ନାହିଁ, ବଂର ଆକର୍ଷଣୀୟ ପ୍ୟାକେଜିଂ ଓ ଆକ୍ରାମକ ମାର୍କେଟିଂର ସାହାରାରେ ଠିଆ ହୋଇଛି। ସାରା ଦୁନିଆରେ ଏନର୍ଜି ଡ୍ରିଙ୍କର କାରବାର ବହୁତ ବଡ ଓ ଦୃତ ଗତିରେ ବଢିବାରେ ଲାଗିଛି। ଗ୍ରାଣ୍ଡ ଭ୍ୟୁ ରିସର୍ଚ୍ଚ ଅନୁସାରେ, ଏହି ଇଣ୍ଡଷ୍ଟ୍ରୀର ଭାଲ୍ୟୁ ବର୍ତ୍ତମାନ ପ୍ରାୟ ୮୫ ରୁ ୯୨ ବିଲିୟନ ଡଲାର ଅର୍ଥାତ ପ୍ରାୟ ୮.୧ ରୁ ୮.୮ ଲକ୍ଷ କୋଟି ଟଙ୍କା ରହିଛି। ଅନୁମାନ କରାଯାଉଛି ଯେ, ୨୦୩୩ ପର୍ଯ୍ୟନ୍ତ ଏହା ବଢି ୧୫୮ ବିଲିୟନ ଡଲାର, ଅର୍ଥାତ ପ୍ରାୟ୍ ୧୫.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି।
ଯଦି ଭାରତରେ ଏନର୍ଜି ଡ୍ରିଙ୍କ ମାର୍କେଟ ବିଷୟରେ କହିବା ତେବେ ମଡର୍ଣ୍ଣ ଇଣ୍ଟେଲିଜେନ୍ସର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ଏନର୍ଜୀ ଡ୍ରିଙ୍କ ମାର୍କେଟ ବର୍ତ୍ତମାନ ପ୍ରାୟ ୦.୭୫ ରୁ ୧.୫ ବିଲିୟନ ଡଲାର ଅର୍ଥାତ ପ୍ରାୟ ୭.୧୬୪ କୋଟିରୁ ୧୪,୩୨୮ କୋଟି ଟଙ୍କାର ରହିଛି। ଭାରତୀୟ ଟଙ୍କାରେ, ଏହି କାରବାର ପ୍ରାୟ ୦.୦୭ ରୁ ୦.୧୪ ଲକ୍ଷ କୋଟି ଟଙ୍କାର ମୂଲ୍ୟର। ଏହି ଅଭିବୃଦ୍ଧି ମୁଖ୍ୟତଃ ସହରଗୁଡ଼ିକରେ ବର୍ଦ୍ଧିତ ଯୁବ ଜନସଂଖ୍ୟା, ଫିଟନେସ୍ ଏବଂ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ବୃଦ୍ଧି ଏବଂ ପ୍ରମୁଖ ସହର ଗୁଡ଼ିକରେ ଦ୍ରୁତ ଗତିରେ ବିସ୍ତାରିତ ଗିଗ୍ ଏବଂ ମୋବାଇଲ୍ କର୍ମଶକ୍ତି ଦ୍ୱାରା ପରିଚାଳିତ।
୨୦ ଦିନରେ ୧୪ କମ୍ପାନୀଙ୍କ ଉପରେ ଆକ୍ସନ
ଫୁଡ୍ ରେଗୁଲେଟର ନିୟମ ଖୁବ୍ ବହୁତ କଠୋର। ଫଳସ୍ୱରୂପ, ଗତ ୨୦ ଦିନ ମଧ୍ୟରେ ୧୪ ଟି ବଡ଼ ଏବଂ ଜଣାଶୁଣା କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୬ଟି ଏନର୍ଜୀ ଡ୍ରିଙ୍କସ୍ କମ୍ପାନୀକୁ ନୋଟିସ ଜାରି କରି, ଖାଦ୍ୟ ନିୟାମକ କହିଛନ୍ତି ଯେ ଅନେକ ପ୍ରଡକ୍ଟର ଫଙ୍କସନାଲ ଓ ଥେରାପ୍ୟୁଟିକ୍ ଦାବି ଠିକ୍ ନୁହେଁ। ଏହା ସହ ମଧ୍ୟ କୁହାଯାଉଛି ଯେ, ‘ଶରୀର ଓ ମସ୍ତିଷ୍କକୁ ସଜେତ ରଖିଥାଏ, ଫୋକସ୍ ବଢାଇବା, ଏନର୍ଜୀ ଲେବଲ ବଢାଇବା, ସାମାନ୍ୟ ଦୁର୍ବଳତାରେ ସାହାଯ୍ୟ କରିବା ଭଳି ଦାବି ଫୁଡ୍ ପ୍ରଡକ୍ଟ ପାଇଁ ଗ୍ରହଣ ଯୋଗ୍ୟ ନୁହେଁ। ଏହା ନିୟମ ବିରୋଧି। ଏହା ପୂର୍ବରୁ, ୧୪ ଜୁନ୍ ୨୦୨୬ରେ, FSSAI ଇମାମି ହେଲଦି ଆଣ୍ଡ୍ ଟେଷ୍ଟି, ଦି ହେଲଦି ଫ୍ୟାକ୍ଟ୍ରି, ଟ୍ରୁଭି, ହେଲଦି ମାଷ୍ଟର, ହେଲଦି ଚଏସ୍, ପ୍ଲାନ୍ ବି ଏବଂ ନୁହର୍ବସ୍ ଭଳି ବ୍ରାଣ୍ଡ ଥିଲା। ତାଙ୍କ ଉପରେ ଅଭିଯୋଗ ରହିଛି ଏହାର ବ୍ରାଣ୍ଡ ନେମ୍ ଓ ଦାବି ଗ୍ରାହକଙ୍କୁ ଭୁଲ ବାଟ୍ ଦେଖାଉଛନ୍ତି। ଯେପରିକି ‘ଜିରୋ ମଇଦା’ କହି ବିକ୍ରି କରୁଥିବା ବ୍ରେଡ୍ରେ ଗ୍ଲୁଟେନ୍ ମିଳିବା କିମ୍ବା ‘ହେଲଦି’ ଟ୍ୟାଗ୍ ଲଗାଇ ଏଭଳି ସ୍ନାକ୍ସ ବିକ୍ରି କରିବାର ଅଭିଯୋଗ ରହିଛି। ଯାହାକି ଧାର୍ଯ୍ୟ ହେଲଥ୍ ଷ୍ଟାଣ୍ଡାର୍ଡରେ ଫିଟ୍ ହୋଇନଥିଲା।
ଆହୁରି ପଢନ୍ତୁ : Telegram: ପାଇରେସି ଅଭିଯୋଗରେ ’ଟେଲିଗ୍ରାମ’ କୁ କେନ୍ଦ୍ର ସରକାରଙ୍କ ନୋଟିସ,୧୫ ଦିନରେ ଜବାବ୍ ଦାଖଲ ନିର୍ଦ୍ଦେଶ