ଭୁବନେଶ୍ୱର,୧୨/୦୩: ଗ୍ୟାସ୍ ଅଭାବ ଯୋଗୁଁ ସତ୍ୟନଗର ଶ୍ମଶାନରେ ଶବଦାହ ପ୍ରଭାବିତ ହୋଇଛି । ଗ୍ୟାସ୍ ଚାଳିତ ଶବଦାହ ବନ୍ଦ ରହିଥିଲା । ଫଳରେ କାଠରେ ବୁଧବାର ଶବଦାହ କରାଯାଇଛି ।
ସେହିପରି ୱାର୍ଡ ନଂ-୨ ଶିଖରଚଣ୍ଡି ନଗର ଶ୍ମଶାନରେ ମଧ୍ୟ ଗ୍ୟାସ ଶବଦାହ ପ୍ରଭାବିତ ହୋଇଛି । ରାଜଧାନୀରେ କମର୍ସିଆଲ ଗ୍ୟାସ୍ ଅଭାବ ରହିଛି । ପ୍ରଭାବରେ ଗତକାଲି ଠାରୁ ସତ୍ୟନଗର ଶ୍ମଶାନରେ ଗ୍ୟାସ୍ କମ ଥିବାରୁ ଶବଦାହ କରାଯାଇ ପାରିନଥିଲା । ବାଧ୍ୟ ହୋଇ ଲୋକେ କାଠରେ ଶବ ଦାହ କରିଥିଲେ । ଏହି ଘଟଣା ପରେ ତୁରନ୍ତ ବିଏମ୍ସି ଅଧିକ ସଂଖ୍ୟକ କାଠ ବରାଦି ଦେଇଥିଲା । ଏପରି ଗ୍ୟାସ୍ ଆଣିବାକୁ ଅତିରିକ୍ତ କମିଶନର ନିର୍ଦ୍ଦେଶ ଦେଇଥିଲେ । ହେଲେ ବି ସମାନ ସ୍ଥିତି ଦେଖାଦେଇଥିଲା।
ଅଧିକ ପଢ଼ନ୍ତୁ :- ବଡ଼ଦେଉଳ ନୀଳଚକ୍ରରୁ ଛିଡ଼ିଲା ମାନସିକ ଧ୍ୱଜା, ତ୍ରାହି ତ୍ରାହି ଡାକିଲେ ଶ୍ରଦ୍ଧାଳୁ