ନୂଆଦିଲ୍ଲୀ, ୨୩।୨: ସପ୍ତାହର ପ୍ରଥମ ଦିନରେ ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ସୋମବାର ସୁନା ଓ ରୁପା ଦରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ ସପ୍ତାହରେ ସୁନା ଦର ବୃଦ୍ଧି ପାଇବା ପରେ ଆଜି ଏଥିରେ କିଛିଟା ଆଶ୍ୱସ୍ତି ମିଳିଛି । ତେବେ ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ଏବେ ମଧ୍ୟ ଜାରି ରହିଛି ।

ଦେଶର ପ୍ରମୁଖ ସହରରେ ପ୍ରତି ୧୦ ଗ୍ରାମ୍ ପିଛା ଆଜିର ସୁନା ଦର:

ଶସ୍ତା ହେଲା ରୂପା:

ସୁନା ସହିତ ରୁପା ଦରରେ ମଧ୍ୟ ଆଜି ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ରୁପା ଦର କିଲୋଗ୍ରାମ ପିଛା ୨,୭୪,୯୦୦ ଟଙ୍କାକୁ ଖସିଛି । କହିରଖୁଛୁ ଯେ, ଗତ ଜାନୁଆରୀ ମାସରେ ରୁପା ଦର ୪ ଲକ୍ଷ ଟଙ୍କା ଟପି ଏକ ରେକର୍ଡ ସୃଷ୍ଟି କରିଥିଲା । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିୟମକୁ ନେଇ ଚାଲିଥିବା ନୂଆ ବିବାଦ ଏବଂ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଭୂ-ରାଜନୈତିକ ତଥା ଯୁଦ୍ଧ ପରିସ୍ଥିତି ଯୋଗୁଁ ନିବେଶକମାନେ ସୁନା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ଟ୍ରମ୍ପଙ୍କ ନୂଆ ଟ୍ୟାକ୍ସ ନୀତି ଯୋଗୁଁ ଆଗାମୀ ଦିନରେ ସୁନା ଓ ରୁପା ଦର ପୁଣି ଉଛାଳ ଦେଖିପାରେ ବୋଲି ଅନୁମାନ କରାଯାଉଛି । ଅନ୍ତର୍ଜାତୀୟ ବଜାରରେ ସୁନାର ହାଜିର ମୂଲ୍ୟ ୫୦୨୭.୧୩ ଡଲାର ପ୍ରତି ଆଉନ୍ସ ଏବଂ ରୁପା ୮୦.୫ ଡଲାର ପ୍ରତି ଆଉନ୍ସରେ କାରବାର କରୁଛି ।

ଏହା ବି ପଢ଼ନ୍ତୁ... ଆଉ ମନେ ରଖିବା ପାଇଁ ନୋ ଟେନସନ୍ ! ହ୍ୱାଟ୍ସଆପ୍ ନିଜେ ପଠାଇବ ଆପଣଙ୍କ ମେସେଜ୍, ଜାଣନ୍ତୁ କେମିତି ?

MCX ରେ ସୁନା ଓ ରୁପା ଦର:

ଘରୋଇ ବଜାର ସହିତ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ମଧ୍ୟ ସୁନା ଓ ରୁପା ଦରରେ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳିଛି । ବିଶ୍ୱସ୍ତରୀୟ ବଜାରରେ ସକରାତ୍ମକ ପ୍ରଭାବ ଯୋଗୁଁ ଭାରତୀୟ ବାୟଦା ବଜାରରେ ମୂଲ୍ୟବାନ ଧାତୁଗୁଡ଼ିକର ଦାମ୍ ବଢ଼ିବାରେ ଲାଗିଛି । MCX ବଜାରରେ ଏପ୍ରିଲ୍ ଡେଲିଭରି ପାଇଁ ସୁନା ମୂଲ୍ୟ ୦.୦୭% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୧,୫୬,୯୯୩ ଟଙ୍କାରେ ବନ୍ଦ ହୋଇଛି । ରୁପା ଦରରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି । ବର୍ତ୍ତମାନ MCXରେ ରୁପାର ମୂଲ୍ୟ ବୃଦ୍ଧି ପାଇ କିଲୋଗ୍ରାମ ପିଛା ୨,୫୨,୦୪୨ ଟଙ୍କାରେ ପହଞ୍ଚିଛି । କହିରଖୁଛୁ ଯେ, ଗତ ଜାନୁଆରୀ ୨୯ ତାରିଖରେ ରୁପା ଦର ରେକର୍ଡ ସ୍ତରକୁ ଛୁଇଁ ପ୍ରତି କେଜି ପିଛା ୪,୨୦,୦୪୮ ଟଙ୍କାରେ ପହଞ୍ଚିଥିଲା ।