ନୂଆଦିଲ୍ଲୀ, ୨୩।୨: ନିଜ ୟୁଜର୍ସମାନଙ୍କ ପାଇଁ ହ୍ୱାଟ୍ସଆପ୍ ସବୁବେଳେ କିଛି ନା କିଛି ନୂଆ ଫିଚର ଆଣିଥାଏ । ଏହି କ୍ରମରେ କମ୍ପାନୀ ଏକ ଅତି ଜରୁରୀ ତଥା ଉପଯୋଗୀ ଫିଚର ଉପରେ କାମ କରୁଛି । ଏହି ଫିଚର ଆସିବା ପରେ ଆଉ ମେସେଜ୍ ପଠାଇବା ପାଇଁ ଆପଣଙ୍କୁ ରାତି ଅନିଦ୍ରା ହେବାକୁ ପଡ଼ିବ ନାହିଁ କିମ୍ବା ମନେ ରଖିବାର ଟେନସନ ରହିବ ନାହିଁ ।
କ’ଣ ଏହି ‘ମେସେଜ୍ ସେଡ୍ୟୁଲ୍’ ଫିଚର ?
ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ ଖୁବଶୀଘ୍ର 'ମେସେଜ୍ ସେଡ୍ୟୁଲିଂ' (Message Scheduling) ସୁବିଧା ଆରମ୍ଭ କରିବାକୁ ଯାଉଛି । ଏହାର ଅର୍ଥ ହେଉଛି, ଆପଣ ପୂର୍ବରୁ କୌଣସି ବ୍ୟକ୍ତିଙ୍କୁ ଏକ ନିର୍ଦ୍ଧାରିତ ସମୟ ଏବଂ ତାରିଖ ସେଟ୍ କରି ମେସେଜ୍ ପଠାଇପାରିବେ । ଉଦାହରଣ ସ୍ୱରୂପ, ଯଦି ଆପଣ କାହାକୁ ରାତି ୧୨ଟାରେ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି, ତେବେ ଆପଣ ଦିନରେ ହିଁ ମେସେଜ୍ ଲେଖି ସମୟ ସେଟ୍ କରିଦେବେ । ଠିକ୍ ରାତି ୧୨ଟା ବାଜିଲେ ହ୍ୱାଟ୍ସଆପ୍ ନିଜେ ସେହି ମେସେଜ୍ ପଠାଇଦେବ ।
ଏହା ବି ପଢ଼ନ୍ତୁ... ମାସିକ ୧୧ ହଜାର ସଞ୍ଚୟ କରି ହୋଇଯାନ୍ତୁ ଲକ୍ଷପତି ! ପୋଷ୍ଟ ଅଫିସ୍ RD ସ୍କିମ୍ରେ ନିବେଶ କରିବାର ସୁବର୍ଣ୍ଣ ସୁଯୋଗ
କେମିତି କାମ କରିବ ଏହି ସୁବିଧା ?
ମେସେଜ୍ ଟାଇପ୍ କରିବା ପରେ ଆପଣଙ୍କୁ ଏକ ନିର୍ଦ୍ଧାରିତ ତାରିଖ ଓ ସମୟ ବାଛିବାକୁ ବିକଳ୍ପ ମିଳିବ । ସେହି ସମୟ ହେବା ମାତ୍ରେ ଆପଣଙ୍କ ଫୋନ୍ରୁ ମେସେଜ୍ ଆପେ ଆପେ ଚାଲିଯିବ । ଏଥିପାଇଁ ଆପଣଙ୍କୁ ଆଉ ଆପ୍ ଖୋଲିବାକୁ ପଡ଼ିବ ନାହିଁ । ଆପଣ ସେଡ୍ୟୁଲ୍ କରିଥିବା ସମସ୍ତ ମେସେଏକ ସ୍ୱତନ୍ତ୍ର ସେକ୍ସନରେ ଦେଖିପାରିବେ । ଚାହିଁଲେ ଏହାକୁ ଏଡିଟ୍ ବା ଡିଲିଟ୍ ମଧ୍ୟ କରିପାରିବେ ।
ଡିଲିଟ୍ କଲେ ଜାଣିପାରିବେନି ରିସିଭର୍:
ଏହି ଫିଚରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଯଦି ଆପଣ କୌଣସି ମେସେଜ୍ ସେଡ୍ୟୁଲ୍ କରିଛନ୍ତି ଏବଂ ତାହା ପଠାଯିବା ପୂର୍ବରୁ ଆପଣ ତାକୁ ଡିଲିଟ୍ କରିଦିଅନ୍ତି, ତେବେ ସାମ୍ନା ବ୍ୟକ୍ତିଙ୍କ ପାଖକୁ କୌଣସି ନୋଟିଫିକେସନ୍ ଯିବ ନାହିଁ । ଏହି ସୁବିଧା ଉଭୟ ବ୍ୟକ୍ତିଗତ ଚାଟ୍ (Personal Chat) ଏବଂ ଗ୍ରୁପ୍ ଚାଟ୍ (Group Chat) ପାଇଁ ଉପଲବ୍ଧ ହେବ ।