ନୂଆଦିଲ୍ଲୀ : ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ (ଏଜିଆଇ)ର କମ୍ପିଟିସନରେ ଗୁଗଲ କାହା ଠାରୁ ପଛରେ ରହିବାକୁ ଚାହେଁ ନାହିଁ। ଏଥିପାଇଁ କମ୍ପାନୀର କୋ-ଫାଉଣ୍ଡର ସର୍ଗି ବ୍ରିନ୍‌ ନିଜର କର୍ମଚାରୀଙ୍କୁ ସପ୍ତାହରେ ୬୦ ଘଣ୍ଟା କାମ କରିବା , ପ୍ରତିଦିନ ଅଫିସ ଆସିବାକୁ ନେଇ ଉପଦେଶ ଦେଇଛନ୍ତି। ବ୍ରିନ୍‌ ଏକ ଇଣ୍ଟରନାଲ ମେମୋରେ କହିଛନ୍ତି କି, ଗୁଗଲ ଏଆଇର ଦୌଡ଼ରେ ବିଜୟ ହାସଲ କରି ପାରେ। କିନ୍ତୁ ଏଥିପାଇଁ କର୍ମଚାରଙ୍କୁ ପୂର୍ବାପେକ୍ଷା ଅଧିକ କାମ ଓ ପରିଶ୍ରମ କରିବାକୁ ହେବ। 

ଇନ୍ଫୋସିସ୍‌ର କୋ-ଫାଉଣ୍ଡର ନାରାୟଣ ମୂର୍ତ୍ତି ୪୦ ବର୍ଷ ଯାଏ ପ୍ରତି ସପ୍ତାହରେ ୭୦ ଘଣ୍ଟାରୁ ଅଧିକ କାମ କରିଛନ୍ତି। ନାରାୟଣ ମୂର୍ତ୍ତିଙ୍କ ବୟାନ ପରେ , ଏଲଆଣ୍ଡଟି ର ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟନ ୯୦ ଘଣ୍ଟା କାମ କରିବାର କଥା କହିଛନ୍ତି। ଏହି ମାମଲାରେ ସୋସିଆଲ ମିଡ଼ିଆରେ ଖୁବ୍‌ ଯୁକ୍ତିତର୍କ ହୋଇଥିଲା। ଏବେ ଗୁଗଲ ନିଜର କର୍ମଚାରୀଙ୍କୁ ୬୦ ଘଣ୍ଟା କାମ କରିବାର ପରାମର୍ଶ ଦେଇଛନ୍ତି।

 ନିତି ଅଫିସ ଆସିବାକୁ ପରାମର୍ଶ –

ବ୍ରିନ୍‌ ନିଜର କର୍ମଚାରୀଙ୍କୁ କହିଛନ୍ତି କି ସେ ପ୍ରତି ୱାର୍କିଂ ଡେ୍‌ ରେ ଅଫିସ୍ ଆସନ୍ତୁ ଏବଂ ନିଜର ପ୍ରଡକ୍ସନ ବଢାନ୍ତୁ। ସେ କହିଛନ୍ତି ଯେ ଆପଣ ସମସ୍ତଙ୍କୁ ୬୦ ଘଣ୍ଟା କାମ କରିବା ଭଲ ହେବ। କିନ୍ତୁ ଯଦି ଏଥିରୁ କରିବେ ତ ବର୍ନଆଉଟ୍‌ ହୋଇପାରେ। ବ୍ରିନ୍‌ କହିଛନ୍ତି ,କିଛି କର୍ମଚାରୀ କମ କାମ କରୁଛନ୍ତି ,ଯେଉଁଥିରେ ଅନ୍ୟ ଟିମ୍‌ର ମନୋବଳ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଏହା ଟିମ୍‌ ପାଇଁ ଖୁବ୍ ବେକାର ଅଭ୍ୟାସ । 

ଗୁଗଲ ଏଆଇ ଦୌଡ଼ରେ ଆଗରେ ରହିବାକୁ ଚାହୁଁଛି –

ଗୁଗଲ ଏତେ ବଡ଼ ନିଷ୍ପତ୍ତି ଏଥିପାଇଁ ନେଇଛି , କାରଣ ଗୁଗଲର ଏଜିଆଇ ଡେଭଲପମେଣ୍ଟ ଟିମ୍‌ ଜେମିନି ଏଆଇରେ କାମ କରୁଛି। ବ୍ରିନଙ୍କ ମୁତାବିକ ,ଯଦି କର୍ମଚାରୀ ନିଜ ସାଇଡ୍‌ରୁ ଅଧିକ ଚେଷ୍ଟା କରିବେ , ତ ଗୁଗଲ ଏଆଇ ୱାର୍ଲ୍ଡରେ ଲିଡ୍‌ କରିପାରେ। ଏଜିଆଇର ଫାଇନାଲ ରେସ୍‌ ଆରମ୍ଭ ହୋଇ ସାରିଛି। ଯାହାକୁ ଗୁଗଲ ଜିତିବାରୁ ପୂରା ଚେଷ୍ଟା କରିବ।

ହାଇବ୍ରିଡ୍‌ ୱାର୍କ ପଲିସିରୁ ପଛକୁ ହଟୁଛନ୍ତି ଟେକ୍‌ କମ୍ପାନୀ –

ବ୍ରିନ୍‌ଙ୍କ ଏହି ନିଷ୍ପତ୍ତିରେ ଗୋଟିଏ କଥା ତ ସ୍ପଷ୍ଟ ହେଉଛି ଯେ, ଟେକ୍‌ କମ୍ପାନୀ ଗୁଡ଼ିକ ହାଇବ୍ରିଡ୍‌ ୱାର୍କ ପଲିସି ଠାରୁ ପଛକୁ ହଟୁଛନ୍ତି। ଏମାନେ ନିଜ କର୍ମଚାରୀଙ୍କୁ ଫୁଲ୍‌-ଟାଇମ୍‌ ଅଫିସ ଆଣିବାକୁ ଚେଷ୍ଟାରେ ଲାଗିଛନ୍ତି। ଏହା ପୂର୍ବରୁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କ ୱାର୍କିଂ ଟାଇମ୍‌ରୁ ବୃଦ୍ଧିର ପଲିସି ଆପଣାଇଛନ୍ତି।

୨୦୨୨ରେ ଚ୍ୟାଟଜିପିଟିର ଲଞ୍ଚ ପର ଠାରୁ ଏଆଇର ଲଢେଇ ଖୁବ୍‌ ଆଗରେ ପହଞ୍ଚି ଯାଇଛି। ମାଇକ୍ରୋସଫ୍ଟ , ଓପନଏଆଇ ଓ ମେଟା ଭଳି କମ୍ପାନୀଗୁଡ଼ିକ ମଧ୍ୟ ଏଜିଆଇର ଦୌଡ଼ରେ ନିଜର ପ୍ରତିଯୋଗୀତା ଆରମ୍ଭ କରି ଦେଇଛନ୍ତି।