ବରେଲି : ଉତ୍ତର ପ୍ରଦେଶର ବରେଲିରେ ଗୁଗଲ ମ୍ୟାପ୍ କାରଣରୁ ଆଉ ଏକ ଦୁର୍ଘଟଣାର ଖବର ସାମନାକୁ ଆସିଛି। ଗୁଗଲ ମ୍ୟାପ୍ ଦେଖି ଆଗକୁ ଆଗକୁ ଯାଉ ଥିବା ବେଳେ କାର୍ଟି ଯାଇ ଏକ କେନାଲରେ ଖସି ପଡ଼ିଥିଲା। ସୂଚନା ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ। ଜଣେ ବ୍ୟକ୍ତି ପୂର୍ବରୁ କେନାଲରୁ ବାହାରକୁ ଚାଲି ଆସିଥିଲେ। ସେ ହିଁ ପୁଲିସକୁ ପୋଲିସକୁ ଖବର ଦେଇ ଥିଲେ। ସୌଭାଗ୍ୟ ଯେ , ଏହି ଦୁର୍ଘଟଣାରେ କାହାର ଜୀବନ ଯାଇ ନାହିଁ। ହେଲେ , କାରରେ ବସିଥିବା ଲୋକଙ୍କୁ ଖୁବ୍ ଆଘାତ ଆସିଛି।
ଉଲ୍ଲେଖନୀୟ ଯେ , ପୂରା ମାମଲା ବରେଲିର ଉଜ୍ଜତ ନଗର ଥାନା ଅଞ୍ଚଳରେ ଘଟିଛି। ଏଠାରେ ଆଜି ସକାଳ ସମୟ ୬ଟାରେ ଏକ କାର କଲାପୁର କେନାଲର ଖସି ପଡ଼ିଥିଲା। କାରରେ ବସିଥିବା ୩ଜଣ ଲୋକ ପିଲିଭିତ ଯାଉ ଥିଲେ। ସେତେବେଳେ ବରେଲିର କସବା ରିଠୋରାରେ ତାଙ୍କ ସହ ଦୁର୍ଘଟଣା ହୋଇଛି। ପୀଡ଼ିତ ଦାବି କରିଛନ୍ତି ଯେ, ସେ ଗୁଗଲ ମ୍ୟାପ୍ର ସାହାଯ୍ୟରେ ଯାତ୍ରା କରୁ ଥିଲେ। ଏହା ଦ୍ୱାରା ଦର୍ଶାଯାଇ ଥିବା ରାସ୍ତାରେ ଫଲୋ କରୁଥିଲେ। ଏହି ସମୟରେ କାରଟି ପାଣି ନଥିବା କେନାଲରେ ଯାଇ ଖସି ପଡ଼ିଥିଲା।
କୁହାଯାଉଛି ଯେ, କଲାପୁର କେନାଲ ଗାଁ ବରକାପୁର ତିରାହା ପାଖ ରାସ୍ତାକୁ ଅଧାରୁ କାଟି ଦେଇଛି। ଏହି କାରଣରୁ କାର ଚାଳକ ରାସ୍ତାକୁ ଜାଣି ପାରିଲେ ନାହିଁ ଏବଂ ତାଙ୍କର ଗାଡ଼ି କେନାଲରେ ଓଲଟି ପଡ଼ିଲା। ହେଲେ କାରରେ ବସିଥିବା ୩ଜଣ ଲୋକ ଅଳ୍ପକେ ବର୍ତ୍ତି ଗଲେ। ପରେ କ୍ରେନ୍ ଦ୍ୱାରା କାରକୁ ବାହାରକୁ ଅଣାଗଲା।
କହି ରଖୁଛୁ କି, ୨୪ ନଭେମ୍ୱରରେ ଗୁଗୁଲ ମ୍ୟାପ୍ରେ ଭୁଲ୍ ରାସ୍ତା ଦେଖାଇବା କାରଣରୁ ବରେଲି-ବଦାୟୁଁ ରାସ୍ତାରେ ତିଆରି ଅର୍ଦ୍ଧ ନିର୍ମିତ ବ୍ରିଜ୍ରେ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଚଳନ୍ତା କାର ବ୍ରିଜ୍ରୁ ତଳକୁ ଖସି ପଡ଼ିଥିଲା, ଯେଉଁଥିରେ ଏଥିରେ ବସିଥିବା ୩ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା। ଏହି ଘଟଣାରେ ପିଡବ୍ଲ୍ୟୁଡିର ମଧ୍ୟ ଅବହେଳା ସାମ୍ନାକୁ ଆସିଥିଲା। ପୋଲିସ୍ ଗୁଗଲ ମ୍ୟାପ୍ର କ୍ଷେତ୍ରୀୟ ପ୍ରବନ୍ଧକକୁ ମଧ୍ୟ ନୋଟିସ୍ ଜାରି କରିଥିଲା।