ବରଗଡ, ୧।୬  : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ବାପ-ପୁଅ । ବରଗଡ଼ ଜିଲ୍ଲା ବରପାଲି ଥାନା ଅଇଁଠାପାଲି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣକ ହେଲେ ସୁବଳ ପ୍ରଧାନ। ଏହି ଘଟଣାରେ କ୍ଷିତିପତି ବେହେରା ଓ ତାଙ୍କ ପୁଅ ଲିପନ ବେହେରାଙ୍କୁ ପୁଲିସ ଗିରଫ କରିଛି।

 ପୋଲିସର ସୂଚନା ଅନୁଯାୟୀ ଗାଁର  ସୁବଳ ପ୍ରଧାନ ଓ ଅଭିଯୁକ୍ତ କ୍ଷିତିପତି ପ୍ରଧାନଙ୍କ ମଧ୍ୟରେ ଦୀର୍ଘଦିନରୁ ପାରିବାରିକ କଳହ ଲାଗି ରହିଥିଲା ।  ରବିବାର ରାତିରେ ବାଟରେ ଧାନ ଶୁଖାଇବାକୁ ନେଇ ପୁଣିଥରେ ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା  । ଏଥିରେ ଉତକ୍ଷିପ୍ତ ହୋଇ କ୍ଷିତିପତି ବେହେରା ଓ ତାଙ୍କ ପୁଅ ଲିପନ ବେହେରା ଏକ କୋଦାଲ ବେଣ୍ଟରେ ସୁବଳ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସୁବଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତଳେ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଵେ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ବରପାଲି ପୋଲିସ ହତ୍ୟାକାଣ୍ଡ ମାମଳା ରୁଜୁ କରିବା ସହ ଏହାର ଅଧିକ ତଦନ୍ତ ଜାରି ରଖିଥିବା ଏକ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛନ୍ତି ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥି ।

ଆହୁରି ପଢନ୍ତୁ : କେନ୍ଦ୍ର ଖଣିମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଖଣି ଅଞ୍ଚଳରେ ସାଚୁରେସନ୍ ମୋଡ୍‌ରେ ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ