ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗୁଗଲ୍‌ ମ୍ୟାପ୍‌ ଭରସାରେ ନାଳରେ ପଶିଲା କାର୍, ଅଳ୍ପକେ ବର୍ତ୍ତିଲେ ଦମ୍ପତି

Published By : Anindita Ratha | July 26, 2025 10:35 AM

ନୂଆଦିଲ୍ଲୀ,୨୬/୦୭:  ସାଧାରଣତଃ ଲୋକେ ଯାତ୍ରା କରିବା ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଆନ୍ତି । ତେବେ ଏହା ମଧ୍ୟ ଶୁଣିଥିବେ, ଗୁଗଲ୍‌ ମ୍ୟାପ୍‌ କିମ୍ବା ଜିପିଏସ୍‌ ଭୁଲ୍‌ ରାସ୍ତା ଦେଖାଇଥାଏ । ମାତ୍ର ନିକଟରେ ଗୁଗଲ୍‌ ମ୍ୟାପ୍‌ କାରଣରୁ ଏଭଳି ଅଘଟଣ ଘଟିଥିବା ନେଇ ସାମ୍ନାକୁ ଆସିଛି । କେରଳର କୋଟ୍ଟାୟମରେ ଜଣେ ବୟସ୍କ ଦମ୍ପତିଙ୍କ କାର୍‌ ନାଳରେ ପଡ଼ିଗଲା। ଭାଗ୍ୟବଶତଃ ଅଳ୍ପକେ ଉଭୟଙ୍କ ଜୀବନ ରକ୍ଷା ହୋଇଯାଇଛି । 

ତେବେ ୬୨ ବର୍ଷୀୟ ଜୋସୀ ଜୋସେଫ ଓ ତାଙ୍କ ପତ୍ନୀ ୫୮ ବର୍ଷୀୟା ଶୀବା ମନ୍‌ଭେଟ୍ଟମ୍‌ ସ୍ଥିତ ଜୋସୀଙ୍କ ବନ୍ଧୁଙ୍କ ଘରକୁ ଯାଉଥିଲେ । ଜିପିଏସ୍‌ର ମାର୍ଗଦର୍ଶନରେ ସେମାନେ କାର୍‌ରେ ଯାତ୍ରା କରୁଥିଲେ । କିନ୍ତୁ ଗୁଗଲ୍‌ର ଭୁଲ ମାର୍ଗଦର୍ଶନ ଯୋଗୁ ଗାଡ଼ି ରାସ୍ତାରୁ ଖସି ନାଳରେ ପଡ଼ିଗଲା । ପାଣିରେ ରାସ୍ତା ବୁଡ଼ି ରହିଥିବାରୁ ରାସ୍ତା ସ୍ପଷ୍ଟ ଦିଶୁନଥିଲା । ଫଳରେ କାର୍‌ ଗଭୀର ନାଳକୁ ଖସିପଡ଼ିଲା । ଠିକ୍‌ ସମୟରେ ଚାଳକ କୌଣସି ମତେ ଗାଡ଼ି ଅଟକାଇବାରୁ ସେମାନେ ବଡ଼ ଧରଣର ବିପଦରୁ ବଞ୍ଚିଗଲେ । ଘଟଣା ବିଷୟରେ ଜୋସୀ କହିଛନ୍ତି, ଆଗକୁ ଯାତ୍ରା କରିବାବେଳେ ଗାଡ଼ି ଭିତରେ ପାଣି ପଶିବାକୁ ଲାଗିଲା । ଉଭୟ ତୁରନ୍ତ ଡୋର୍‌ ଖୋଲି କାର୍‌ ଭାସିବା ପୂର୍ବରୁ ସେଥିରୁ ବାହାରି ଆସିଲେ । ଆଉ ଦେଢ଼ ଫୁଟ ଆଗକୁ ଯାଇଥିଲେ, ନାଳର ତୀବ୍ର ସ୍ରୋତରେ ସେମାନେ ଭାସିଯାଇଥାନ୍ତେ ବୋଲି ଜୋସୀ କହିଛନ୍ତି । ସ୍ଥାନୀୟ ଲୋକ ଓ ନିକଟସ୍ଥ କାଠ ମିଲ୍‌ର ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କଲେ । ନାଳ ପାଖରେ ଏକାଧିକ ସତର୍କ ସୂଚନା ବୋର୍ଡ ଲାଗିଛି । କିନ୍ତୁ ଅନେକ ଚାଳକ ସେଗୁଡ଼ିକୁ ଅଣଦେଖା କରି କେବଳ ଜିପିଏସ୍‌ର ମାର୍ଗଦର୍ଶନ ଉପରେ ନିର୍ଭର କରୁଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ଅନେକ ଦୁର୍ଘଟଣା ଘଟୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.