ଭୁବନେଶ୍ବର, ୨/୨ : ବାଲି ଓ ପଥର ମାଫିଆଙ୍କୁ ସରକାରଙ୍କ ଶକ୍ତ ଝଟକା । ଲଘୁ ଖଣିଜ ଉପରେ ବଢ଼ିଲା 'ଅତିରିକ୍ତ ଶୁଳ୍କ । ରାଜ୍ୟରେ ବେଆଇନ ଖଣି ଖନନ ଉପରେ ରୋକ ଲଗାଇବା ଏବଂ ରାଜସ୍ୱ ବୃଦ୍ଧି ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ, ରାଜ୍ୟ ସରକାର 'ଅତିରିକ୍ତ ଶୁଳ୍କ'କୁ ରୟାଲଟିର ଦୁଇ ଗୁଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବେଆଇନ ଖଣି କାରବାର ଓ ତଥ୍ୟ ଲୁଚାଇବା: ବାଲି, ପଥର, ମୋରମ ଓ ଲାଟେରାଇଟ୍ ଭଳି ଲଘୁ ଖଣିଜ କ୍ଷେତ୍ରରେ ହେଉଥିବା ଚୋରା କାରବାର ଏବଂ ରୟାଲଟି ଫାଙ୍କିବା ପ୍ରଥାକୁ ରୋକିବା ପାଇଁ ଏହି କଠୋର ନିୟମ ଅଣାଯାଇଛି । ପୂର୍ବରୁ କୌଣସି ଶକ୍ତ ଆର୍ଥିକ ଜରିମାନା ନଥିବାରୁ ଉଲ୍ଲଂଘନକାରୀମାନେ ବାରମ୍ବାର ନିୟମ ଭାଙ୍ଗୁଥିଲେ । ଲଘୁ ଖଣିଜ କ୍ଷେତ୍ରରୁ ହେଉଥିବା ରାଜସ୍ୱ କ୍ଷୟକୁ ରୋକିବା ପାଇଁ ସରକାର ଏହି ଟାର୍ଗେଟ୍ ରଖିଛନ୍ତି । ନୂଆ ଶୁଳ୍କ ଲାଗୁ ହେବା ପରେ ରାଜ୍ୟ କୋଷାଗାରକୁ ଅଧିକ ଅର୍ଥ ଆସିବ ।