ସମ୍ବଲପୁର/ଝାରସୁଗୁଡା, ୧୮।୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ୩ ଦିନ ଓ ଝାରସୁଗୁଡା ଜିଲ୍ଲାରେ ୪ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ସମ୍ବଲପୁର ଜିଲ୍ଲାରେ ସୋମବାର ଠୁ ୩ ଦିନ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ  ଛୁଟି ଘୋଷଣା କରାଯାଇଛି। ୨୦, ୨୧ ଓ ୨୨ ଯାଏ ଛୁଟି ଘୋଷଣା କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ସେହିପରି ଝାରସୁଗୁଡାରେ ସୋମବାରଠାରୁ ୪ ଦିନ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୦ ତାରିଖରୁ ୨୪ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି।

ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୫ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।ଶୁକ୍ରବାର ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଥିଲେ । ଶନିବାର ନବରଙ୍ଗପୁର ଜିଲ୍ଲାପାଳ ଓ ନୂଆପଡା ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।