କଟକ,୨୨/୮ : ଦୁର୍ନୀତିଖୋର କର୍ମଚାରୀଙ୍କ ଗତିବିଧି ଟ୍ରାକ କରିବା ପାଇଁ ସରକାରଙ୍କ ଯୋଜନା । ରାଜ୍ୟ ସରକାର ଦୁର୍ନୀତିଖୋର ଅଧିକାରୀ, କର୍ମଚାରୀ ଓ ଯେଉଁମାନେ ଦୁର୍ନୀତିକୁ ନେଇ ସନ୍ଦେହ ଘେରରେ ଅଛନ୍ତି, ସେମାନଙ୍କ ଗତିବିଧି ଟ୍ରାକ କରିବା ପାଇଁ ଵ୍ୟଵସ୍ଥା କରୁଛନ୍ତି । ରାଜସ୍ବ ମନ୍ତ୍ରୀଙ୍କ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
ଵୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କିଭଳି ଦୁର୍ନୀତିଖୋରଙ୍କୁ ଠାବ କରାଯିବ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ । ଏ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ପ୍ରାଥମିକ ଆଲୋଚନା ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀ କଟକରେ ସୂଚନା ଦେଇଛନ୍ତି ।
କଟକରେ ଜିଲ୍ଲାପାଳଙ୍କ ନୂଆ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତିର ଏହା ଏକ ଅଂଶ ବିଶେଷ ବୋଲି ସୁରେଶ ପୂଜାରୀ କହିଛନ୍ତି । ଖୁବ୍ ଶୀଘ୍ର ଭିଜିଲାନ୍ସ ବିଭାଗ ସହ ଆଲୋଚନା କରି ଏଭଳି ପଦକ୍ଷେପ ନିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି।