ନୂଆଦିଲ୍ଲୀ,୧୯/୧୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର  ୫୫ତମ ବୈଠକ ଡିସେମ୍ବର ୨୧ରେ ରାଜସ୍ଥାନର ଜୟସଲ୍‌ମରରେ  ଅନୁଷ୍ଠିତ ହେବ । ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ଜିଏସ୍‌ଟିକୁ କମାଯାଇପାରେ କିମ୍ବା ସମ୍ପୂର୍ଣ୍ଣ ଉଠାଇବା ନେଇ ନିଷ୍ପତ୍ତି ଆସିପାରେ ବୋଲି ଅନୁମାନ କରାଯାଇଛି । ରାଜ୍ୟ ମନ୍ତ୍ରୀଗୋଷ୍ଠୀଙ୍କୁ ନେଇ ଗଠିତ ପ୍ୟାନେଲ୍‌ର ସୁପାରିସ୍‌ ମୁତାବକ ସାଧାରଣରେ ବ୍ୟବହୃତ କେତେକ  ସାମଗ୍ରୀ ଉପରେ ଟିକସ ହାର କମାଯାଇପାରେ । 

ଗତମାସ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଜିଏସ୍‌ଟି ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀ ଟର୍ମ  ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପଲିସି ଏବଂ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ଉପରେ ଦିଆଯାଉଥିବା ପ୍ରିମିୟମ୍‌କୁ ଜିଏସ୍‌ଟିରୁ ଦୂରରେ ରଖିବା  ନେଇ ରହିଥିବା ପ୍ରସ୍ତାବ ଉପରେ ସମ୍ମତି ପ୍ରକାଶ କରିଥିଲେ ।