ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଝାଡ଼ଖଣ୍ଡ ଲାଗି ଇଣ୍ଡି ମେଣ୍ଟର ନିର୍ବାଚନୀ ଇସ୍ତାହାର ଜାରି; ମହିଳାଙ୍କୁ ମାସକୁ ୨୫ ଶହ, ୪୫୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର

Published By : Tapas Panda | November 5, 2024 8:21 PM

Image Courtesy: tv9hindi

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଇଣ୍ଡି ମେଣ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ମହିଳାଙ୍କୁ ମୈୟା ସମ୍ମାନ ଯୋଜନାରେ ମାସକୁ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ମେଣ୍ଟ । ଏହା ସହିତ ସରକାରକୁ ଫେରିଲେ ରାଜ୍ୟରେ ୪୫୦ ଟଙ୍କାରେ ସିଲିଣ୍ଡର ଓ ସରନା ଧର୍ମ କୋଡ ଲାଗୁ କରିବ ବୋଲି ମେଣ୍ଟର ନେତା ଘୋଷଣା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିବା ବେଳେ ମଞ୍ଚରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ କଂଗ୍ରେସ, ଜେଏମଏମ, ଆରଜେଡି ଓ ସିପିଆଇ-ଏମର ନେତାମାନେ ଉପସ୍ଥିତ ଥିଲେ । ଏସବୁ ଦଳ ଦ୍ବାରା  ଯୁଗ୍ମ ଭାବେ ଜାରି ଇସ୍ତାହାରରେ ୭ ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଛି । 

 ଇଣ୍ଡି ମେଣ୍ଟର ନିର୍ବାଚନୀ ପ୍ରତିଶ୍ରୁତି

(୧) ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ।

 (୨) ୧୦ ଲକ୍ଷ ସରକାରୀ ଚାକିରି, ୧୫  ଲକ୍ଷର ସ୍ଵାସ୍ଥ୍ୟ ବୀମା ।

 (୩) ପ୍ରତି ମାସରେ ବ୍ୟକ୍ତି ପିଛା ୭ କିଲୋ ମାଗଣା ରାସନ, ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ।

 (୪) ଲାଗୁ ହେବ ସରନା ଧର୍ମ କୋଡ୍ । ସରନାର ଅର୍ଥ ପାହାଡ଼, ଜଙ୍ଗଲ ଓ ଗଛକୁ ପୂଜା କରୁଥିବା ଜାତି ।  

(୫) ସରକାରୀ ଚାକିରିରେ ଏସଟି ୨୮ ପ୍ରତିଶତ, ଏସସି ୧୨ ପ୍ରତିଶତ, ଓବିସି ଲାଗି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା।

 (୬) ଧାନର ଏମଏସପି କ୍ଵିଣ୍ଟାଲ ପିଛା ୩୨୦୦ ଟଙ୍କାକୁ ବୃଦ୍ଧି ହେବ ।

(୭) ପ୍ରତି ଜିଲ୍ଲାରେ ଗୋଟିଏ ଇଞ୍ଜିନିୟରିଂ କଲେଜ୍, ମେଡିକାଲ୍ କଲେଜ ଓ ୟୁନିଭର୍ସିଟି ସ୍ଥାପନ ହେବ ।

 ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟ ନଭେମ୍ବ ୧୩ ଏବଂ ୨୦ରେ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାପଳ ଘୋଷଣା ହେବ । ରାଜ୍ୟର ମୋଟ ୮୧ ବିଧାନସଭା ଆସନରୁ କଂଗ୍ରେସ ୩୦ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଏମଏମ ୪୦ ଓ ଆରଜେଡି ୭ ସିଟରେ ନିର୍ବାଚନ ଲଢୁଛି । ଅନ୍ୟ ୪ ଆସନରେ ଇଣ୍ଡି ମେଣ୍ଟର ଛୋଟ ସହଯୋଗୀ ଦଳ ନିର୍ବାଚନ ଲଢ଼ୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.