ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

IPL-2025: ହାଇଦ୍ରାବାଦକୁ ୩୮ ରନରେ ହରାଇଲା ଗୁଜୁରାଟ; ପ୍ଲେଅଫ୍ ଦୌଡ଼ରେ ପଛରେ ରହିଛି ସନରାଇଜର୍ସ

Published By : Bijay Swain | May 2, 2025 11:47 PM

Image courtesy: bcci

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜିନରେ ପ୍ଲେଅଫ୍ ଦୌଡ଼ରେ ସନରାଇଜର୍ସ ହାଇଦ୍ରାବାଦ ପଛରେ ରହିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦଳ ଗୁଜରାଟ ଟାଇଟାନ୍ସଠାରୁ ୩୮ ରନ ବ୍ୟବଧାନରେ ପରାସ୍ତ ହୋଇଛି। ଚଳିତ ସିଜନରେ ହାଇଦ୍ରାବାଦ ୧୦ ମ୍ୟାଚରୁ ୭ଟି ମ୍ୟାଚ ହାରିଛି ଅନ୍ୟପଟେ ଗୁଜରାଟ ସିଜିନର ୭ମ ମ୍ୟାଚ ଜିତିଛି।

ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟାନ୍ସ ୨୦ ଓଭର ସୁଦ୍ଧା ୬ ୱିକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା। ଜବାବରେ, ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୮୬ ରନ ସଂଗ୍ରହ କରିପାରିଥିଲା।

ଗୁଜରାଟ ଅଧିନାୟକ ଶୁଭମନ ଗିଲ ୭୬ ରନ କରିଥିଲେ। ଜସ୍ ବଟଲର୍ ୬୪ ରନ କରି ଆଉଟ ହୋଇଥିବା ବେଳେ। ସାଇ ସୁଦର୍ଶନ ୪୮ ରନର ଇନିଂସ ଖେଳିଥିଲେ। ଜୟଦେବ ଉନାଦକଟ ୩ଟି ୱିକେଟ ହାତେଇ ଥିଲେ। ହାଇଦ୍ରାବାଦ ପାଇଁ ଅଭିଷେକ ଶର୍ମା ୭୪ ରନର ଇନିଂସ ଖେଳିଥିଲେ ଓ ହେନରିଚ୍ କ୍ଲାସେନ୍ ୨୩ ରନ ସଂଗ୍ରହ କରିଥିଲେ। ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.