ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାଓ୍ବନଙ୍କ ଅପକମିଙ୍ଗ ଫିଲ୍ମ ‘ହେ ଜଓ୍ବାନୀ ତୋ ଇସ୍କ ହେନା ହେ’ ଫାଇଁ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା । ଯାହାକୁ ନେଇ ୟୁଜର୍ସମାନେ ବରୁଣ ଧାଓ୍ବନଙ୍କୁ ଟ୍ରୋଲ କରିଥିଲେ । ଆଉ ଏବେ ଫିଲ୍ମର ଏକ ଗୀତ ରିଲିଜ ହୋଇଥିବାବୋଳେ ଏହାକୁ ନେଇ ମଧ୍ୟ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ଡେଭିଡ୍ ଧାଓ୍ବନ ଏହି ଫିଲ୍ମର ଡାଇରେକ୍ସନ ଦେଉଥିବାବେଳେ ବରୁଣଙ୍କ ସହ ଅଛନ୍ତି ମୃରାଳ ଠାକୁର । ତେବେ ଚନର ଚୁନର ଗୀତ ରିଲିଜ୍ ହୋଇଥିବାବେଳେ ଏହାକୁ ଟ୍ରୋଲ କରାଯାଇଛି । କାରଣ ଏହି ଗୀତଟି ରିମେକ କରାଯାଇଛି । ୧୯୯୯ରେ ରିଲିଜ୍ ହୋଇଥିବା ବିଓ୍ବି ନମ୍ବର-୧ ଫିଲ୍ମର ଗୀତକୁ ରିମେକ୍ କରାଯାଇଛି । ପୁରୁଣା ଗୀତରେ ସଲମାନ ଏବଂ ସୁସ୍ମିତା ନଜର ଆସିଥିଲେ । ଏହି ଗୀତଟି ବେଶ ହିଟ୍ ହୋଇଥିଲା । ମାତ୍ର ଏବେ ଏହାର ରିମେକ୍ କରାଯାଇଥିବା ବେଳେ ଟ୍ରୋଲର ଶିକାର ହେବାକୁ ପଡ଼ିଛି ।

ଅନେକ ୟୁଜର୍ସ ଏହି ଗୀତକୁ ନେଇ ଭିନ୍ନ ଭିନ୍ନ କମେଣ୍ଟମାନ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ଏହାକୁ ନଷ୍ଟ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥିବ।" ଅନ୍ୟ ଜଣେ ୟୁଜର ଲେଖିଛନ୍ତି, "ଓଜି ଗୀତକୁ କାହିଁକି ନଷ୍ଟ କଲେ?" ଅନ୍ୟ ଜଣେ ୟୁଜର ପଚାରିଲେ, "ଏହି ଗୀତକୁ ପୁନଃନିର୍ମାଣ କରିବାର ଆବଶ୍ୟକତା କାହିଁକି ଥିଲା?"

ଏହାସହ ପଢ଼ନ୍ତୁ : ବିରାଟ-ଅନୁଷ୍କାଙ୍କ ପସନ୍ଦ ଏହି ସ୍ଥାନ, କେବେ ବି କରନ୍ତିନି ମିସ୍