ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅଧା ଗଢ଼ା ସନ୍ତୋଷୀ ମନ୍ଦିର; ୧୨ ବର୍ଷ ହେଲା ଜଳୁଛି ଅଖଣ୍ଡ ଦୀପ, ଲିଭାଇପାରିନି ପ୍ରକୃତିର କୋପ

Published By : Bijay Swain | June 3, 2025 12:13 AM

ଉମରକୋଟ,୨/୬(ଆପ୍ର): ମା’ଙ୍କ ଶକ୍ତି, ଭକ୍ତଙ୍କ ଭକ୍ତି ଓ ବିଶ୍ୱାସ ଆଗରେ ହାର ମାନିଛି ପ୍ରକୃତି । ଏଭଳି ଏକ ଆସ୍ଥା ଓ ବିଶ୍ୱାସର ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକାଟ ସହରରେ ଥିବା ସନ୍ତୋଷୀ ମନ୍ଦିରରେ । ଅଧାଗଢ଼ା ମା’ଙ୍କ ଏହି ମନ୍ଦିରରେ ଦୀର୍ଘ ୧୨ ବର୍ଷ ହେଲା ଜଳୁଛି ଅଖଣ୍ଡ ଦୀପ । କୌଣସି ଝଡ଼ତୋଫାନ ଏହାକୁ ଲିଭାଇ ପାରିନି । ମନ୍ଦିରର ମୁଖ୍ୟ ସେବକ ଶାନ୍ତିଲତା ପାତ୍ରଙ୍କୁ ୧୨ ବର୍ଷ ତଳେ କୁଆଡ଼େ ସ୍ୱପ୍ନାଦେଶ ହୋଇଥିଲା ମନ୍ଦିରରେ ଏକ ଅଖଣ୍ଡ ଦୀପ ଜାଳିବାକୁ । ୨୦୧୩ ଜୁନ୍‌ ପହିଲାରେ ସେ ଅଖଣ୍ଡ ଦୀପ ଜାଳିଥିଲେ । ଆଜକୁ ୧୨ ବର୍ଷ ହେଲା ଜଳି ଚାଲିଛି । ଏ ଭିତରେ ଅନେକ ଝଡ଼ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । କୌଣସି ପରିସ୍ଥିତିରେ ଖୋଲାମେଲାରେ ଥିବା ମନ୍ଦିରର ଦୀପକୁ ଲିଭାଇ ପାରିନି । ମାନେ ଭକ୍ତି ଓ ବିଶ୍ୱାସ ଆଗରେ ପ୍ରକୃତି ହାର ମାନିଛି । 

୧୨ ବର୍ଷ ପୂର୍ତ୍ତି ଅବସରରେ ଆଜି ଗାୟତ୍ରୀ ପରିବାରର ଜିଲ୍ଲା ମୁଖ୍ୟ ମନାଜ କୁମାର ପଟ୍ଟନାୟକ ଏବଂ ମନ୍ଦିର କମିଟି ପକ୍ଷରୁ ୧୦୦୮ ଦୀପ ପ୍ରଜ୍ଜ୍ୱଳନ ପରେ ଯାଇ ଜଗତର ମଙ୍ଗଳ କାମନା କରାଯାଇଥିବା ମୁଖ୍ୟ ସେବକ ବାବୁ ଦଳେଇ କହିଛନ୍ତି । ଏହି ସମୟରେ ମନ୍ଦିର ପୂଜକ ଶ୍ରୀକାନ୍ତ କୁମାର ପଣ୍ଡା, ସହଯୋଗୀ ରବି ପଣ୍ଡା, ମନ୍ଦିର କମିଟି ସମ୍ପାଦକ ସୁଶୀଲ କୁମାର ପଣ୍ଡା, କୋଷାଧ୍ୟକ୍ଷ ଉଦୟ ଘୋଷ, ଆଇନ ପରାମର୍ଶଦାତା ଝାଡ଼େଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.